Uncategorized

ମୋଦିଙ୍କ ହେଲ୍ଥ ଟିପ୍ସ: କାଢା ବଢାଇବ ରୋଗ ପ୍ରତିରୋଧକ ଶକ୍ତି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦେଶର ଲକଡାଉନ ଅବଧିକୁ ମେ’ ୩ ଯାଏ ବୃଦ୍ଧି କରିଛନ୍ତି । ମଙ୍ଗଳବାର ଦେଶବାସୀଙ୍କୁ ଏ ସମ୍ପର୍କରେ ସୂଚନା ଦେବା ବେଳେ ମୋଦି କିଛି ହେଲଥ ଟିପ୍ସ ମଧ୍ୟ ଦେଇଛନ୍ତି । ବିଶେଷ କରି କରୋନା ସହ ଲଢେଇ କରିବାକୁ ହେଲେ ସମସ୍ତଙ୍କର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବା ଦରକାର ବୋଲି ସେ କହିଛନ୍ତି ।

ତେଣୁ ରୋଗ ପ୍ରତିରୋଧକ ଶକ୍ତି ବାଇବା ପାଇଁ ମୋଦି ଦେଶବାସୀଙ୍କୁ ଉଷୁମ ପାଣି ଓ କାଢା ପିଇବାକୁ ପରାମର୍ଶ ଦେଇଛନ୍ତି । ଏଥିସହ ସେ ଆୟୁଷ ମନ୍ତ୍ରଣାଳୟର ଗାଇଡଲାଇନ ପାଳନ କରିବାକୁ ମଧ୍ୟ କହିଛନ୍ତି । ଆୟୁଷ ମନ୍ତ୍ରଣାଳୟ ଲୋକମାନେ କେମିତି ଫିଟ ରହିବେ ଓ ସେମାନଙ୍କର ରୋଗ ପ୍ରତିରୋଧକ ଶକ୍ତି କେମିତି ବଢିବ, ସେ ସମ୍ପର୍କରେ ବିସ୍ତୃତ ଗାଇଡଲାଇନ ଜାରି କରିଥାଏ ।

ମୋଦି ତାଙ୍କ ଉଦବୋଧନ ବେଳେ କହିଛନ୍ତି, କରୋନା ଯୁଦ୍ଧ ଲଢିବାକୁ ହେଲେ ଫିଟ ଓ ସତର୍କ ରହିବାକୁ ପଡ଼ିବ । ନିୟମିତ ଭାବେ ଉଷୁମ ପାଣି ଓ କାଢା ପିଇବା ଦ୍ୱାରା ସ୍ୱାଭାବିକ ଭାବେ ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ । ସମସ୍ତେ ନିଜର ରୋଗ ପ୍ରତିରୋଧକ ଶକ୍ତି ବାଇବା ପାଇଁ ଆୟୁଷ ମନ୍ତ୍ରଣାଳୟ ଜାରି କରିଥିବା ଗାଇଡଲାଇନ ପାଳନ କରିବାକୁ ସେ କହିଛନ୍ତି ।

Related posts

ଚୀନରେ ଭୂମିକମ୍ପ: ତୀବ୍ରତା ୫.୧

mahabharatanews

ରମଜାନ: ନମାଜ ପାଠ ପାଇଁ ମସ୍ଜିଦରେ ଭିଡ

mahabharatanews

ଲଣ୍ଡନ ଓକିଲଙ୍କ ନାମରେ ମାନହାନୀ ମକଦମା ଆଣିଲେ ଅଭିଶେଖ ମନୁ

mahabharatanews