ଓଡିଶା

ପାନୀୟ ଜଳ ସମସ୍ୟା ଦୂର କରିବାକୁ ଟ୍ରୋଲ ଫ୍ରି ନମ୍ବର ଜାରି

ଭୁବନେଶ୍ୱର: ଖରାଦିନେ ସ୍ୱଚ୍ଛ ପାନୀୟ ଜଳ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଆଜି ସରକାରଙ୍କ ପକ୍ଷରୁ ଟୋଲ ଫ୍ରି ନମ୍ବର ଜାରି କରାଯାଇଛି । ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ପାନୀୟ ଜଳ ସମସ୍ୟା ଦୂର କରିବା ପାଇଁ ଏହି ନମ୍ବର ଜାରି କରାଯାଇଛି । ଯେଉଁ ଅଞ୍ଚଳରେ ପିଇବା ପାଣିର ସମସ୍ୟା ଥିବ ସେମାନେ ଏହି ନମ୍ବରରେ ଯୋଗାଯୋଗ କରି ଅସୁବିଧା ଜରାଇବାକୁ କୁହାଯାଇଛି । ଏହା ବ୍ୟତୀତ ଯେଉଁ ଅଞ୍ଚଳରେ ପାନୀୟ ଜଳର ସମସ୍ୟା ନାହିଁ, ସେଠାରେ ବଡ ଟ୍ୟାଙ୍କର ଓ ଟାଙ୍କି ସାହାଯ୍ୟରେ ଜଳ ଯୋଗାଣ କରିବେ ସରକାର । କୌଣସି ଅଭିଯୋଗ ଆସିଲେ ପଦକ୍ଷେପ ନେବା ପାଇଁ ଇଞ୍ଜିନିୟର, ଡିଭିଜନ ଅଫିସ, ସବଡିଭିଜନ ଅଫିସ ଓ ଜେଇ ଅଫିସରେ କଣ୍ଟ୍ରୋଲ ରୁମ ଖୋଲାଯାଇଛି । ସହରାଂଚଳରେ ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତ ନଳକୂପ ମରାମତି ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

Related posts

ମହିଳାଙ୍କ ତଣ୍ଟିକଟା ମୃତଦେହ ଉଦ୍ଧାର ଘଟଣାରେ ଅଭିଯୁକ୍ତ ପ୍ରେମିକକୁ ଗିରଫ

mahabharatanews

ଉଦ୍ଘାଟନ ପୂର୍ବରୁ ଭାଙ୍ଗି ଦେଲେ ଫଳକ

mahabharatanews

ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ନିମନ୍ତେ ତିନି ରଥ କାଠ ଚିରଟ ପ୍ରକ୍ରିୟା

mahabharatanews