ଓଡିଶା

ପାନୀୟ ଜଳ ସମସ୍ୟା ଦୂର କରିବାକୁ ଟ୍ରୋଲ ଫ୍ରି ନମ୍ବର ଜାରି

ଭୁବନେଶ୍ୱର: ଖରାଦିନେ ସ୍ୱଚ୍ଛ ପାନୀୟ ଜଳ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଆଜି ସରକାରଙ୍କ ପକ୍ଷରୁ ଟୋଲ ଫ୍ରି ନମ୍ବର ଜାରି କରାଯାଇଛି । ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ପାନୀୟ ଜଳ ସମସ୍ୟା ଦୂର କରିବା ପାଇଁ ଏହି ନମ୍ବର ଜାରି କରାଯାଇଛି । ଯେଉଁ ଅଞ୍ଚଳରେ ପିଇବା ପାଣିର ସମସ୍ୟା ଥିବ ସେମାନେ ଏହି ନମ୍ବରରେ ଯୋଗାଯୋଗ କରି ଅସୁବିଧା ଜରାଇବାକୁ କୁହାଯାଇଛି । ଏହା ବ୍ୟତୀତ ଯେଉଁ ଅଞ୍ଚଳରେ ପାନୀୟ ଜଳର ସମସ୍ୟା ନାହିଁ, ସେଠାରେ ବଡ ଟ୍ୟାଙ୍କର ଓ ଟାଙ୍କି ସାହାଯ୍ୟରେ ଜଳ ଯୋଗାଣ କରିବେ ସରକାର । କୌଣସି ଅଭିଯୋଗ ଆସିଲେ ପଦକ୍ଷେପ ନେବା ପାଇଁ ଇଞ୍ଜିନିୟର, ଡିଭିଜନ ଅଫିସ, ସବଡିଭିଜନ ଅଫିସ ଓ ଜେଇ ଅଫିସରେ କଣ୍ଟ୍ରୋଲ ରୁମ ଖୋଲାଯାଇଛି । ସହରାଂଚଳରେ ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତ ନଳକୂପ ମରାମତି ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

Related posts

ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ସିରିଗିଡାର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଅନୁଷ୍ଠିତ

mahabharatanews

ସରକାରୀ ନିର୍ଦ୍ଦେଶକୁ ଅବମାନନା କରି ନିଲମ୍ଵନ

mahabharatanews

ଚୀନ ସୀମାରେ ରାସ୍ତା ନିର୍ମାଣ ଶେଷ କଲା ଭାରତ, ଉଦଘାଟନ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

mahabharatanews