ଓଡିଶା

ନିଶାଡି ପୁଅ ମାଡରେ ମା’ର ମୃତ୍ୟୁ

(ଦୀପକ ମିଶ୍ର/ ଉଦଳା): ନିଶାଶକ୍ତ ଅବସ୍ଥାରେ ନିଜ ଜନ୍ମ କଲା ମାକୁ ବାଡେଇ ବାଡେଇ ହତ୍ୟା କରିଛି ପୁଅ । ଏମତି ଏକ ଅଭାବନିୟ ଘଟଣା ଘଟିଛି ଖୁଣ୍ଟା ଥାନା ଅଧୀନ ସାତଖଣିଆ ଗ୍ରାମରେ । ଏନେଇ ଖବର ପାଇ ଖୁଣ୍ଟା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ପୁଅ ଫଗା ସୋରେନକୁ ଗିରଫ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

ସୂଚନାନୁଯାୟୀ ଗତ ମଙ୍ଗଳବାର ରାତିରେ ଫଗା ନିଶାଶକ୍ତ ଅବସ୍ଥାରେ ଘରକୁ ଫେରି କୌଣସି ଏକ ଘଟଣାକୁ ନେଇ ମା ସହ ଯୁକ୍ତ କରିଥିଲା । ଏହାକୁ ମା ବିରୋଧ କରିବାରୁ ଫଗା ରାଗି ଯାଇ ମାକୁ ଏକ କାଠ ଫାଳିଆରେ ବାରମ୍ବାର ଆକ୍ରମଣ କରିବା ଫଳରେ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ଡୋଇଥିଲା । ସ୍ଥାନୀୟ ଲୋକଙ୍କଠାରୁ ଖବାର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

Related posts

୧୨ ପୋଲିସ କର୍ମଚାରୀ କରୋନା ପଜିଟିଭ, ରାୟଗଡା ଏସପିଙ୍କ ଭିଡିଓ ବାର୍ତ୍ତା ଜାରି

mahabharatanews

ବଢୁଛି ଡେଙ୍ଗୁ ଆକ୍ରାନ୍ତ ସଂଖ୍ୟା; ୪୦ଟି ସ୍ଥାନ ରେଡ୍‌ ଜୋନ 

mahabharatanews

ଆକ୍ରମଣ ମାମଲା: ଏସପିଙ୍କୁ ଭେଟିଲେ ସରପଞ୍ଚ ସଂଘ

mahabharatanews