ଓଡିଶା

ବିଏମସି ଆରମ୍ଭ କରୁଛି ଟିକ୍ ମି ଆପ: ଘରେ ପହଞ୍ଚିବ ଚାହିଦା ଅନୁଯାୟୀ ସାମଗ୍ରୀ

ଭୁବନେଶ୍ୱର: କରୋନା ସଂକ୍ରମଣ ରୋକିବାକୁ ଲକ୍‌ଡାଉନ୍‌ ଘୋଷଣା ହୋଇଥିବା ବେଳେ ଲୋକେ ଘରେ ରହି ଏହାକୁ ସୁଫଳ କରିବ।। ପାଇଁ ରାଜ୍ୟ ସରକାର ପକ୍ଷରୁ ଅନଲାଇନ ଓ ହୋମ ଡେଲିଭରି ସେବା ପାଇଁ ଅନୁମତି ଦିଆଯାଇଛି । ଏଥିନେଇ ଲୋକଙ୍କୁ ଅତ୍ୟାବଶ୍ୟକ ସେବା ପ୍ରଦାନ ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ସ୍ଥିର କରିଛି। ତେଣୁ ଖୁବ୍‌ଶୀଘ୍ର ‘ଟିକ୍‌ ମି’ ମୋବାଇଲ୍‌ ଆପ୍‌ ମାଧ୍ୟମରେ ସହରବାସୀଙ୍କୁ ସାମଗ୍ରୀ ଯୋଗାଇ ଦେବାକୁ ବ୍ୟବସ୍ଥା କରାଯାଉଛି । ଉକ୍ତ ଆପ୍‌ ସହାୟତାରେ ଗ୍ରସେରି ଷ୍ଟୋର୍‌, ମେଡିକାଲ୍‌ ଦୋକାନ, ରେଷ୍ଟୁରାଣ୍ଟ ଆଦି ଅତ୍ୟାବଶ୍ୟକ ଦୋକାନୀଙ୍କୁ ଅର୍ଡର କରି ସାମଗ୍ରୀ ପାଇପାରିବେ। ସମ୍ପୃକ୍ତ ଦୋକାନୀ ଲୋକଙ୍କ ଘରେ ସାମଗ୍ରୀ ପହଞ୍ଚାଇବେ ବୋଲି ବିଏମ୍‌ସି ସୂଚନା ଦେଇଛି। ପ୍ରଥମ ପର୍ୟ୍ୟାୟରେ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍‌ (ବିଏସସିଏଲ୍‌) ସହଯୋଗରେ ବିଏମ୍‌ସି ଏହାକୁ କାର୍ୟ୍ୟକାରୀ କରୁଛି। ଏହି ଆପ୍‌ ଆମେରିକାର ଉତ୍ତର କାରୋଲିନାର ଚାର୍ଲୋଟର ଏକ ଟିମ୍‌ ଦ୍ୱାରା ତିଆରି ଓ ଡିଜାଇନିଂ ହୋଇଥିବାବେଳେ ଆଇଆଇଟି କାନପୁର ଗ୍ରାଜୁଏଟ୍‌ମାନେ ଏହାର ପରିଚାଳନା ଦାୟିତ୍ୱ ନେଇଛନ୍ତି।

Related posts

ସରଣ୍ଡା ଜଙ୍ଗଲରେ ସୁରକ୍ଷାକର୍ମୀ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ

mahabharatanews

ବରୀରୁ ୧୪୬ କୋଲକାତା ଫେରନ୍ତା ଙ୍କ ନମୁନା ସଂଗ୍ରହ କଲା ପ୍ରଶାସନ

mahabharatanews

୧୭ ଆକ୍ରାନ୍ତଙ୍କ ତଥ୍ୟ ଦେଲେ ରାଜ୍ୟ ସରକାର

mahabharatanews