ଓଡିଶା

ବରୀରୁ ୧୪୬ କୋଲକାତା ଫେରନ୍ତା ଙ୍କ ନମୁନା ସଂଗ୍ରହ କଲା ପ୍ରଶାସନ

(ବରୀ): ଯାଜପୁର ଜିଲ୍ଲା ବରୀ ବ୍ଲକ ରୁ ମଙ୍ଗଳବାର ୧୪୬ ଜଣ କୋଲକାତା ଫେରନ୍ତାଙ୍କ ନମୁନା ସଂଗ୍ରହ କରିଥିବା ଜଣାପଡିଛି। ବରୀ ବ୍ଲକ ଅଧିନ ୨୯ ଗୋଟି ପଞ୍ଚାୟତରେ ଥିବା ବ୍ୟକ୍ତିଙ୍କ ସ୍ୱାବ କୁ ୪ ଟି କେନ୍ଦ୍ର ଯଥା ବିଧାନଚନ୍ଦ୍ର ଏକାଡେମୀ ବାଲିଆପାଳରୁ ୬୫ ,ରତ୍ନଗିରି ନୋଡାଲ ହାଇସ୍କୁଲ ରୁ ୨୭ , ରାମଚନ୍ଦ୍ରପୁର୍ ଅସ୍ଥାହି ସ୍ବାସ୍ଥ୍ୟ କେନ୍ଦ୍ର ରୁ ୩୦ ଏବଂ ବାଲିଆ ସାମନ୍ତ ସିଂହାର ହାଇସ୍କୁଲ ରୁ ୨୪ ଜଣଙ୍କୁ ମିଶାଇ ମୋଟ ୧୪୬ ଜଣଙ୍କ ନମୁନା ସଂଗ୍ରହ କରିଥିବା ସୂଚନା ମିଳିଛି। ସ୍ଵାବ ସଂଗ୍ରହ ବେଳେ ବରୀ ସ୍ବାସ୍ଥ୍ୟ ବିଭାଗ ତରଫରୁ ସତର୍କତା ଅବଲମ୍ବନ କରିଥିବା ଦେଖିବାକୁ ମିଳିଛି। ସ୍ୱାବ ସଂଗ୍ରହ ବେଳେ ବରୀ ଭାରପ୍ରାପ୍ତ ବିଡିଓ ଶାଶ୍ଵତ ଜେନା, ବରୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ. କୌସିକ୍ ପାତ୍ର , ଡ. ଜିନ୍ନତ୍ ଦାସ, ପ୍ରମୁଖ ଉପସ୍ଥିତ ରହି ସ୍ୱାବ ସଂଗ୍ରହ କରିଥିଲେ ଏବଂ୩ ରୁ ୪ ଦିନ ମଧ୍ୟରେ ସଂଗ୍ରହ ହୋଇଥିବା ସ୍ୱାବ ର ରିପୋର୍ଟ ଆସିବ ବୋଲି ସୂଚନା ମିଳିଛି।

Related posts

ଭଉଣୀ ପାଇଁ ଭାଇ ସାଜିଲା ହତ୍ୟାକାରୀ

mahabharatanews

ଅବହେଳା ପାଇଁ ୨ଜଣ ପୋଲିଂ ଅଧିକାରୀ ସସପେଣ୍ଡ

mahabharatanews

ଡ୍ୟାମରେ ଗାଧୋଇବା ବେଳେ ଭାସିଗଲେ ଯୁବକ

mahabharatanews