ଓଡିଶା

ଡମ୍ଫର ଓନର୍ସ ୟୁନିଟ ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ୍ ପାଣ୍ଠିକୁ ୧ ଲକ୍ଷ ଟଙ୍କାର ସହାୟତା

(ପାରାଦ୍ବୀପ/ପ୍ରଶାନ୍ତ କୁମାର ସ୍ବାଇଁ): ପାରାଦ୍ବୀପ ପୋର୍ଟ ଆଫେକ୍ଟେଡ୍ ଲ୍ୟାଣ୍ଡ ଲୁଜର ସୋସାଇଟିର ଡମ୍ଫର ଓନର୍ସ ୟୁନିଟ ସହଯୋଗରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯାଇଛି । ଦେଶରେ କୋଭିଡ-୧୯ କୁ ନେଇ ଲକ ଡାଉନ ଥିବାବେଳେ, ଦେଶର ଆର୍ଥିକ ଅଭିବୃଦ୍ଧି ହାର ହ୍ରାସ ପାଇଛି। ଏଭଳି ସ୍ଥିତିରେ ଆଗକୁ ଆସିଛି ପାରାଦ୍ବୀପ ପୋର୍ଟ ଆଫେକ୍ଟେଡ୍ ଲ୍ୟାଣ୍ଡ ଲୁଜର ସୋସାଇଟିର ଡମ୍ଫର ଓନର୍ସ ୟୁନିଟ । ଆଜି ସଙ୍ଘର କର୍ମକର୍ତ୍ତା ମାନେ ପାରାଦ୍ବୀପ ଅତିରିକ୍ତ ଜିଲ୍ଲାପାଳ କାହ୍ନୁ ଚରଣ ଧୀର୍ ଙ୍କ ସହଯୋଗରେ ୧ ଲକ୍ଷ ଟଙ୍କାର ଡିଡି ପ୍ରଦାନ କରିଥିଲେ। ସେହିପରି ପାରାଦ୍ଵୀପ ମର୍ଣ୍ଣିଂ କ୍ଲବ୍ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ କାହ୍ନୁ ଚରଣ ଧୀର୍ ଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ୍ ପାଣ୍ଠି କୁ ୧୦ ହଜାର ଟଙ୍କାର ଡିଡି ପ୍ରଦାନ କରାଯାଇଛି ଓ ଏହି ମହାମାରୀ ରୋଗ ସହିତ ଲଢ଼ିବା ପାଇଁ ସରକାର ଙ୍କ ପଦକ୍ଷେପ କୁ ସମ୍ମାନ କରିବା ସହିତ ସରକାର ଙ୍କ ହାତ କୁ ମଜଭୁତ କରିବା ପାଇଁ କ୍ଲବ୍ ପକ୍ଷରୁ ଆହ୍ବାନ ଦିଆଯାଇଛି।

Related posts

ରାଷ୍ଟ୍ରୀୟ ମାର୍ଯ୍ୟାଦାରେ ହେବ ସରୋଜ ଦାସଙ୍କ ଶେଷକୃତ୍ୟ

mahabharatanews

ଉଦ୍ଧାର ହେଲା ଅର୍ଦ୍ଧଦଗ୍ଦ ଶବ

mahabharatanews

୨୧ ପର୍ଯ୍ୟନ୍ତ ରାଜ୍ୟରେ ଘନ କୁହୁଡି 

mahabharatanews