ଓଡିଶା

ଫାଇଭ ଟି ସଚିବ ଓ ଉନ୍ନୟନ ସଚିବ ଜିଲ୍ଲା କୋଭିଡ ହସପିଟାଲ ପରିଦର୍ଶନ

(ସୂର୍ଯ୍ୟକାନ୍ତ ବେହେରା/ମାଲକାନଗିରି): ୫ଟି ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ଭି.କେ. ପାଣ୍ଡିଆନ,ଉନ୍ନୟନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏକ ସ୍ୱତନ୍ତ୍ର ହେଲିକେପ୍ଟର ଯୋଗେ ମାଲକାନଗିରି ଠାରେ ପହଁଚି ଜିଲ୍ଲା କୋଭିଡ-୧୯ ହସ୍ପିଟାଲ ପରିଦର୍ଶନ କରିଛନ୍ତି । କରୋନା ସଂକ୍ରମଣ ପ୍ରତିରୋଧ ବ୍ୟବସ୍ଥା ସଂପର୍କରେ ସ୍ଥିତି ପରଖିଛନ୍ତି । କରୋନା ମହାମାରି ସମଗ୍ର ବିଶ୍ୱରେ କାୟାବିସ୍ତାର କରିଥିବା ବେଳେ ମାଲକାନଗିରି ଜିଲ୍ଲାରେ ଏହାର ପ୍ରତିକାର ବ୍ୟବସ୍ଥା ଓ କରୋନା ସଂକ୍ରମଣଙ୍କ ପାଇଁ ପୁରୁଣା ହସ୍ପିଟାଲ ରେ କୋଭିଡ-୧୯ ହସ୍ପିଟାଲ ପ୍ରତିଷ୍ଟା କରାଯାଇ ଗତ ୧୩ ତାରିଖରେ ଏହାକୁ ଜିଲ୍ଲାପାଳ ଉଦଘାଟନ କରିଥିଲେ । ଏହି କୋଭିଡ ହସ୍ପିଟାଲରେ ରୋଗିଙ୍କୁ କିଭଳି ସୁବିଧା ମିଳିବ ସେ ନେଇ ହସ୍ପିଟାଲ କତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ ।

Related posts

ବାଲୁକା କଳାରେ ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳୀ

mahabharatanews

କୋଣାର୍କରେ କୋରୋନା ସଂକ୍ରମଣ ନେଇ ସଚେତନତା କାର୍ଯ୍ୟକ୍ରମ

mahabharatanews

୩ ଜଣ କରୋନା ପଜେଟିଭ ଚିହ୍ନଟ ପରେ କଣ୍ଟେନମେଣ୍ଟ ଜୋନ ଘୋଷଣା

mahabharatanews