Uncategorized

କରୋନା ଚିକିତ୍ସା: ‘ରେମ୍‌ଡିୱିର୍‌’କୁ ଆମେରିକା ଦେଲା ଅନୁମତି

ନୂଆଦିଲ୍ଲୀ: କୋଭିଡ୍-୧୯ ଚିକିତ୍ସା ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଔଷଧ ବାହାରି ନ ଥିବା ବେଳେ ଯୁକ୍ତରାଷ୍ଟ୍ର ଆମେରିକା ଜରୁରୀ ପରିସ୍ଥିତିରେ ‘ରେମ୍‌ଡିୱିର୍‌’ ଯାହାକି ଏକ ଆଣ୍ଟିଭାଇରାଲ୍ ଔଷଧ, ତାହାର ପରୀକ୍ଷାମୂଳକ ପ୍ରୟୋଗ କରିବାକୁ ଅନୁମତି ଦେଇଛି। ‘ରେମ୍‌ଡିୱିର୍‌’ କରୋନା ଆକ୍ରାନ୍ତଙ୍କ ଚିକିତ୍ସାରେ ଫଳବତୀ ହେଉଥିବା ପୂର୍ବରୁ ଏକ କ୍ଲିନିକାଲ୍ ଡାଟା ପ୍ରକାଶ ପାଇଥିଲା।

କ୍ଲିନିକାଲ୍ ଡାଟା ଆଧାରରେ କୋଭିଡ୍-୧୯ ଚିକିତ୍ସା ନିମନ୍ତେ ‘ଜିଲିଡ୍ ସାଇନ୍‌ସେସ୍’ ଦ୍ବାରା ନିର୍ମିତ ରେମ୍‌ଡିୱିର୍‌’ ହେଉଛି ବିଶ୍ବର ପ୍ରଥମ ଔଷଧ। ଶୀରରେ ଦିଆ ଯାଉଥିବା ‘ରେମ୍‌ଡିୱିର୍‌’ ରୋଗୀଙ୍କୁ ୧୧ ଦିନରେ ସୁସ୍ଥ କରୁଥିବା ବେଳେ ଅନ୍ୟ ଚିକିତ୍ସା ୧୫ ଦିନ ସମୟ ନେଉଛି। କିନ୍ତୁ, ରକ୍ତରେ ସ୍ବଳ୍ପ ଅମ୍ଳଜାନ ଥିବା କିଂବା ଶ୍ୱାସ କ୍ରିୟା ପାଇଁ ଭେଣ୍ଟିଲେଟର ବା ଯନ୍ତ୍ରାଂଶ ଉପରେ ନିର୍ଭର କରୁଥିବା କରୋନା ଭାଇରସ୍ ଆକ୍ରାନ୍ତଙ୍କ କ୍ଷେତ୍ରରେ ‘ରେମ୍‌ଡିୱିର୍‌’ ବ୍ୟବହାର ସୀମିତ ରଖାଯାଇଛି। ଛଅ ମାସ ମଧ୍ୟରେ ଏହି ମହାମାରୀ ଦମନ ପାଇଁ ଫଳପ୍ରଦ ଟିକା ଉଦ୍ଭାବନ ହେବାଯାଏଁ ‘ରେମ୍‌ଡିୱିର୍‌’ ଚିକିତ୍ସା ସହାୟକ ହେବ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହୁଛନ୍ତି।

Related posts

ଦେଶରେ କରୋନା ସଂକ୍ରମଣ ୩ ଲକ୍ଷ ୯୫ ହଜାର ୪୮ରେ ପହଞ୍ଚିଲା

mahabharatanews

ଅଧିକ ଫେସିଅ।ଲ୍ କରୁଛନ୍ତି କି? ରୁହନ୍ତୁ ସାବଧାନ !

mahabharatanews

ଦିଲ୍ଲୀ ହିଂସାକୁ ନରସଂହାର କହିଲେ ମମତା

mahabharatanews