ଓଡିଶା

କୀଟନାଶକ ଔଷଧ ସେବନ କରି ଯୁବତୀଙ୍କ ଆତ୍ମହତ୍ୟା

(ହିଞ୍ଜିଳି/ରଜନୀକାନ୍ତ ପାତ୍ର): ହିଞ୍ଜିଳି ଥାନା ସାରୁ ଗ୍ରାମର ଜଣେ ଯୁବତୀ ବୁଧବାର ସକାଳେ କୀଟନାଶକ ଔଷଧ ସେବନ କରି ଆତ୍ମହତ୍ୟା କରିଛନ୍ତି । ମୃତକ ଜଣକ ସାରୁ ଗ୍ରାମର ମୃତ ମୁନା ସ୍ୱାଇଁଙ୍କ କନ୍ୟା ପୂଜା ସ୍ୱାଇଁ (୧୮) । ଏନେଇ ହିଞ୍ଜିଳି ଥାନାରେ ନଂ-୮/୨୦ରେ ଏକ ମାମଲା ରୁଜୁ କରି ପୁଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ ଚଳାଇଛି । ପ୍ରକାଶ ଯେ, ଯୁବତୀଙ୍କ ବିବାହ ସ୍ଥିର ହୋଇଯାଇଥିବା ବେଳେ ମହାମାରୀ କରୋନା ଭୁତାଣୁ ସଂକ୍ରମଣକୁ ଯୋଗୁଁ ବିବାହ ସମୟ ଡ଼ିସେମ୍ବର ମାସକୁ ଘୁଂଚାଇ ଦିଆଯାଇଥିଲା । ବୁଧବାର ସକାଳେ ଯୁବତୀଙ୍କ ମା’ କାମ କରିବା ପାଇଁ ବାହାରକୁ ଯାଇଥିବା ବେଳେ ଯୁବତୀ ଜଣକ ଘରେ ଥିବା କୀଟନାଶକ ଔଷଧ ସେବନ କରି ଚିତ୍କାର କରିଥିଲେ । ଗୁରୁତର ଅବସ୍ଥାରେ ସାହି ପଡ଼ୋଶୀ ଲୋକ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରିଥିଲେ । ସେଠାରେ ଡ଼ାକ୍ତର, ଯୁବତୀଙ୍କୁ ମୃତ ଘୋଷଣା କରିଥିଲେ । ଆତ୍ମହତ୍ୟାର ପ୍ରକୃତ କାରଣ ଜଣାପଡ଼ିନାହିଁ ।

Related posts

ସଟ୍ ଡାଉନ୍ ସଫଳ କରିବାକୁ ପୋଲିସର କଡ଼ା କାର୍ୟ୍ୟାନୁଷ୍ଠାନ

mahabharatanews

ଖୁବଶୀଘ୍ର ନିର୍ମାଣ ହେବ ତାଳଚେର୍-ଅନୁଗୁଳ ରେଳ ଲାଇନ୍ 

mahabharatanews

ବିଦ୍ୟାଳୟରେ ଛାତ୍ର ମୃତ୍ୟୁକୁ ନେଇ ଉତ୍ତେଜନା

mahabharatanews