ଓଡିଶା

କ୍ୱାରେଣ୍ଟାଇନରେ ଜଟଣୀ ଥାନାର ୨୦

ଭୁବନେଶ୍ୱର: ଜଟଣୀ ଥାନାର ୨୦ରୁ ଅଧିକ ପୋଲିସ୍‌ କ୍ୱାରେଣ୍ଟାଇନ୍‌ରେ ରହିଥିବା ଜଣାପଡିଛି । ଜଟଣୀ ଥାନା ଯାଁଳା ଫାଣ୍ଡିର ସମସ୍ତ କର୍ମଚାରୀ ହୋମ୍‌ କ୍ୱାରେଣ୍ଟାଇନ୍‌ରେ । ଖାଲି ପୋଲିସ୍‌ ନୁହନ୍ତି, କିଛି ଆମ୍ବୁଲାନ୍ସ କର୍ମଚାରୀ ମଧ୍ୟ ଜଣେ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିବା ପରେ କ୍ୱାରେଣ୍ଟାଇନ୍‌ରେ ଅଛନ୍ତି ।
ସୂଚନା ମୁତାବକ, ଗତ ଗୁରୁବାର ସକାଳ ସାଢ଼େ ୫ ସମୟରେ ଗଙ୍ଗପଡା ଟୋଲ୍‌ ଗେଟ୍‌ ନିକଟରେ ଏକ ଟ୍ରକ୍‌ (ଏମ୍‌ଏଚ୍‌ ୧୨ କ୍ୟୁଜି ୨୦୨୩) ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ମୁମ୍ବାଇରୁ ଆସିଥିବା ଟ୍ରକ୍‌ ଡ୍ରାଇଭର ଗୁରୁତର ଆହତ ହୋଇଥିଲେ । ଖବରପାଇ ଯାଁଳ ଫାଣ୍ଡି ପୋଲିସ୍‌ କର୍ମଚାରୀ ସେଠାକୁ ଯାଇଥିଲେ । ତା’ପରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ସେଠାରେ ପହଞ୍ଚି ତାଙ୍କୁ ପୁଲିସ୍‌ ସହଯୋଗରେ ଏମ୍ସ ହସ୍ପିଟାଲ୍‌କୁ ଆଣିଥିଲେ । ସେଠାରେ ତାଙ୍କର କରୋନା ଟେଷ୍ଟ୍‌ରୁ କରୋନା ଆକ୍ରାନ୍ତ ଥିବା ଜଣାପଡିଛି ।
ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ଯାଞ୍ଚ ପୁଲିସ କର୍ମଚାରୀ, କ୍ରେନ ଡ୍ରାଇଭର, ଆମ୍ବୁଲାନ୍ସ କର୍ମଚାରୀ ଆସିଥିବା ଜଣାପଡିଥିଲା । ଏହା ପରେ ଏମାନଙ୍କୁ ହୋମ କ୍ୱାରେଣ୍ଟାଇନରେ ରହିବାକୁ କୁହାଯାଇଛି ।

Related posts

ରାଜ୍ୟରେ ଆରମ୍ଭ ଶୀତ, କୋରାପୁଟରେ ସର୍ବନିମ୍ନ ତାପମାତ୍ରା ୧୩.୮ ଡିଗ୍ରୀ

mahabharatanews

୨୩ରୁ ଖୋଲିବ ଧର୍ମାନୁଷ୍ଠାନ

mahabharatanews

ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି

mahabharatanews