ଓଡିଶା

ବରଗଡ଼ ସହରର ସଙ୍ଗରୋଧ କେନ୍ଦ୍ରର ଅବ୍ୟବସ୍ଥା

(ଚିତ୍ତରଞ୍ଜନ ସାହୁ /ବରଗଡ଼): ବର୍ତମାନର କରୋନା ପରିସ୍ଥିତିରେ ସବୁ ଗ୍ରାମପଞ୍ଚାୟତ, ଏନଏସି ଓ ମୁନସିପାଲଟି ରେ ପ୍ରବାସୀ ଶ୍ରମିକ ଙ୍କ ଲାଗି ସଙ୍ଗରୋଧ କେନ୍ଦ୍ର ର ବ୍ୟବସ୍ଥା କରିବା ପାଇଁ ସରକାର ଆଦେଶ ଦେଇଛନ୍ତି । କିନ୍ତୁ ବରଗଡ଼ ୱାର୍ଡ ନମ୍ବର ୧୦ ତଥା ଉଦୟନଗରର ନିବାସୀ ବୁଲୁ ସ୍ୱାଇଁ ଙ୍କ ଅଭିଯୋଗ ଅନୁସାରେ ଏଠି କିଛି ସୁବିଧା ନାହିଁ । ବୁଲୁଙ୍କ ଅଭିଯୋଗ ଅନୁସାରେ ସରକାରୀ ଅଧିକାରୀ ମାନେ କେହି ତାର କଥା କୁ ଶୁଣୁ ନାହାନ୍ତି। ବୁଲୁ ଆଜି ସକାଳେ ୪ଟା ବେଳେ ସୁଦୂର ରାଉରକେଲା ରୁ ଫେରିଛନ୍ତି। ଯେହେତୁ ସେ ରେଡ ଜୋନ ରୁ ଆସିଛନ୍ତି ନିୟମ ଅନୁସା ରେ ସଙ୍ଗରୋଧ କେନ୍ଦ୍ର ଠାରେ ରହିବାର କଥା। ତାଙ୍କର ଗୋଟିଏ ବଖରା ଘର ଥିବାରୁ ସେ କେମିତି ଗୋଟିଏ ଘରେ ରହିବେ। କାରଣ ତାଙ୍କ ଘରେ ତାଙ୍କର ବାପା ଯିଏକି ମଧୁମେହ ରୋଗୀ, ମାଆ ଓ ଭଉଣୀ ଅଛନ୍ତି । ସେ ଆଜି ଆସିବାକ୍ଷଣି ମୁନ୍ସିପାଲଟି ଅଧିକାରୀ ତଥା ଏଡ଼ିଏମଓ, ଆଶା, ଅଙ୍ଗନବାଡି ତଥା ଇଓ ଙ୍କ ଠାରେ ମଧ୍ୟ ଗୁହାରି କରିଛନ୍ତି । କିନ୍ତୁ କିଛି ସୁଫଳ ମିଳିନାହିଁ । ବୁଲୁଙ୍କ କହିବା ଅନୁସାରେ କେହି ତାଙ୍କ କଥା ଶୁଣିବାକୁ ରାଜି ନୁହନ୍ତି। ଫଳରେ ସେ କରିବେ କଣ ? ପୁଣି ରାଉରକେଲା କୁ ଫେରିବେ ନା ଅନ୍ୟ କଉଠି ରହିବେ ତାହା ଦେଖିବାକୁ ବାକି ରହିଲା । କିନ୍ତୁ ପ୍ରଶାସନ ଚୁପ ରହିବା କେତେ ଯଥାର୍ଥ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି ।

Related posts

ଗୋଚାଲାଣକାରୀଙ୍କ ଗୁଳି ମାଡ଼ରେ ଦୁଇଜଣ ଗୋସେବକଗୁରୁତର ଆହତ

mahabharatanews

ଏଚଆଇଭି ଆକ୍ରାନ୍ତ ଯୁବକଙ୍କ ଆତ୍ମହତ୍ୟା

mahabharatanews

ରଥ ନିର୍ମାଣ ପାଇଁ ନବମ ପର୍ଯ୍ୟାୟରେ ୨୭ ଖଣ୍ଡ ୪୦ ଫୁଟିଆ ଧଉରା ଓ ଅସନ କାଠ ପହଞ୍ଚିଲା

mahabharatanews