Uncategorized

ଚୀନରେ ଆଉ ୫ କରୋନା ପଜିଟିଭ ଚିହ୍ନଟ

ବେଜିଂ: ଚାଇନାରେ କରୋନା ସଂକ୍ରମଣ ସମ୍ପୂର୍ଣ୍ଣ ବନ୍ଦ ହେବା ପରେ ସେଠାରେ ଜୀବନ ଯାତ୍ରା ସ୍ୱାଭାବିକ ହେବାରେ ଲାଗିଥିଲା । ଏପରି ସମୟରେ ପୁଣି ସେଠାରେ କରୋନା ସଂକ୍ରମଣ ଚିନ୍ତା ବଢାଇଛି। ପୁଣି ଶୁଲାନ ସହରରେ କରୋନା ପଜିଟିଭ ମିଳିବା ପରେ ଏହି ସହରକୁ ଲକ୍‌ଡାଉନ ଘୋଷଣା କରାଯାଇଛି। ପ୍ରାୟ ୩୦ ଦିନ ପରେ ଚୀନରେ କରୋନା ପଜିଟିଭ ଚିହ୍ନଟ ହେବା ସରକାରକୁ ଚିନ୍ତାରେ ପକାଇ ଦେଇଛି। ଉହାନରେ ପ୍ରାୟ ୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସ୍ଥାନୀୟ ପ୍ରଶାସନ ଏଥିପାଇଁ ଜଣେ ଅଧିକାରୀଙ୍କ ସମେତ କେତେଜଣ ସରକାରୀ କର୍ମଚାରୀଙ୍କୁ ନିଲମ୍ବନ କରିଥିବା ଜଣାପଡିଛି। ଯେଉଁ ଅଞ୍ଚଳରେ ସଂକ୍ରମଣ ଦେଖାଯାଇଛି ସେହି ଅଞ୍ଚଳ ଓ ତା’ର ଆଖପାଖର ପ୍ରାୟ ୫ ହଜାର ଲୋକଙ୍କ କରୋନା ଟେଷ୍ଟ କରାଯିବ ବୋଲି ସରକାର କହିଛନ୍ତି। ଚାଇନାରେ ପ୍ରଥମେ ୨୦୧୯, ଡିସେମ୍ବର ଶେଷ ବେଳକୁ କରୋନା ଭାଇରସ ଦେଖା ଦେଇଥିଲା । ଏହି ଭାଇରସ କବଜାରେ ପୂରା ଉହାନ ସହର ଆସି ଯାଇଥିଲା । ଏହାପରେ ଏହି ସହରକୁ ଲକ୍‌ଡାଉନରେ ରଖାଯାଇଥିଲା। ଉହାନରୁ କରୋନା ସଂକ୍ରମିତ ହେବା ବନ୍ଦ ହେବା ପରେ ମାର୍ଚ୍ଚ ଶେଷ ଆଡକୁ ଲକଡାଉନ ଉଠାଇ ଦିଆଯାଇଥିଲା ।

Related posts

ପରୀକ୍ଷା ପାଇଁ ପିଲାଙ୍କ ଉପରେ ଚାପ ସୃଷ୍ଟି ନ କରିବାକୁ ମୋଦିଙ୍କ ପରାମର୍ଶ

mahabharatanews

ଅର୍ଦ୍ଧ ସୁରକ୍ଷା ବଳର ମହା ନିର୍ଦ୍ଦେଶକ ହେଲେ ଏ ପି ମାହେଶ୍ୱରୀ

mahabharatanews

ଅଗଷ୍ଟ ୧ରୁ ଖୋଲିବ ଭିତରକନିକା

mahabharatanews