Uncategorized

ଗ୍ୱାଲିୟରରେ ଭୟାବହ ଅଗ୍ନିକାଣ୍ଡ: ଗୋଟିଏ ପରିବାରର ୭ ମୃତ

ଗ୍ୱାଲିୟର୍‌: ମଧ୍ୟପ୍ରଦେଶର ଗ୍ୱାଲିୟର୍‌ରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟି ୭ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୪ ଜଣ ଶିଶୁ ଓ ତିନି ଜଣ ମହିଳା ଥିବା ସୂଚନା ରହିଛି। ଏହି ଅଗ୍ନିକାଣ୍ଡରେ ଅନ୍ୟ ୪ ଜଣ ଗୁରୁତର ହୋଇ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି।
ସୂଚନାଅନୁଯାୟୀ, ସହରର ଇନ୍ଦରଗଞ୍ଜ ଅଞ୍ଚଳରେ ଆଜି ସକାଳ ପ୍ରାୟ ୧୦ଟା ସମୟରେ ଏକ ରଂଗ ଦୋକାନରେ ନିଆଁ ଲାଗିବା ପରେ ନିଆଁ ସଙ୍ଗେ ସଙ୍ଗେ ସେଠାରେ ଥିବା ଅନ୍ୟ ସବୁ ଘରକୁ ବ୍ୟାପି ଯାଇଥିଲା। ଅଗ୍ନିକାଣ୍ଡରେ ପ୍ରଭାବିତ ହୋଇଥିବା ପୀଡ଼ିତମାନେ କମ୍ପ୍ଲେକ୍ସର ଦ୍ବିତୀୟ ମହଲାରେ ଥିଲେ। ଅଗ୍ନିକାଣ୍ଡରେ ମୃତ ହୋଇଥିବା ୪ ପିଲା ଦୁଇଟି ପୃଥକ ପରିବାରର। ‘ରଙ୍ଗୱାଲା’ ନାମରେ ବଜାରରେ ଥିବା ରଂଗ ଦୋକାନଟି ଜଗମୋହନ ଗୋଏଲ୍‌, ଜୈକିଷନ ଗୋଏଲ୍‌ ଓ ହରିଓମ୍‌ ଗୋଏଲ୍‌ ନାମକ ୩ ଭାଇଙ୍କର। ପୀଡ଼ିତମାନେ ସମସ୍ତେ ଗୋଏଲ୍‌ ପରିବାରର ଥିବା ସୂଚନା ମିଳିଛି।
ଅଗ୍ନିକାଣ୍ଡ ଘଟିବା ପରେ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା। ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

Related posts

ଦେଶରେ ୨୪ ଘଣ୍ଟାରେ ୬୯ ହଜାର ୬୫୨ ନୂଆ ଆକ୍ରାନ୍ତ

mahabharatanews

ନୂଆଦିଲ୍ଲୀ: ଆମେରିକା ବିପକ୍ଷରେ ପ୍ରଦର୍ଶନ

mahabharatanews

ଆରଜେଡି ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବଙ୍କ ସୁରକ୍ଷା କର୍ମୀ ସଂକ୍ରମିତ

mahabharatanews