Uncategorized

ଶ୍ରମିକ ସ୍ପେଶାଲ ଟ୍ରେନ ପାଇଁ ୭ ସୂତ୍ରୀ ଏସଓପି ଜାରି

ନୂଆଦିଲ୍ଲୀ : ଟ୍ରେନ ଯୋଗେ ପ୍ରବାସୀଙ୍କ ଯାତ୍ରା ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ୭-ସୁତ୍ରୀ ଏସଓପି ଜାରି କରିଛି । ଏସଓପିରେ କୁହାଯାଇଛି, ପ୍ରବାସୀ ଶ୍ରମିକ ଓ କର୍ମଚାରୀମାନଙ୍କ ପରିବହନ ପାଇଁ ଭାରତୀୟ ରେଳ ଶ୍ରମିକ ସ୍ପେଶାଲ ଟ୍ରେନ ଚଳାଇବ । କେନ୍ଦ୍ର ଗୃହ ମନ୍ତ୍ରାଳୟ ଓ ରାଜ୍ୟ ସରକାରମାନଙ୍କ ସହ ଆଲୋଚନାରେ ଏସବୁ ଟ୍ରେନ ଚଳାଚଳ କରାଯିବ । ଏହି କାର୍ଯ୍ୟ ପାଇଁ ଆସୁଥିବା ରାଜ୍ୟ ଓ ପହଞ୍ଚୁଥିବା ରାଜ୍ୟର ସରକାରମାନେ ଜଣେ ଜଣେ ନୋଡାଲ ଅଫିସର ନିଯୁକ୍ତ କରିବେ । ଅନ୍ୟପକ୍ଷରେ ଯାତ୍ରୀମାନଙ୍କ ଆଗମନ, ଯାତ୍ରା, ରାଜ୍ୟ ସରକାରଙ୍କ ସହ ଆଲୋଚନାରେ ବୁକିଂ, ଟ୍ରେନ ଡବା ମଧ୍ୟରେ ସାମାଜିକ ଦୂରତ୍ୱ ପାଳନ ଆଦି ପାଇଁ ପ୍ରୋଟୋକଲ ଭାରତୀୟ ରେଳ ପକ୍ଷରୁ ପ୍ରସ୍ତୁତ କରାଯିବ । ସେହିପରି ଯାଞ୍ଚ କରାଯିବା ପରେ କେବଳ ଲକ୍ଷଣହୀନ ଯାତ୍ରୀମାନଙ୍କୁ ଯାତ୍ରା କରିବାକୁ ଦିଆଯିବ । ଯାତ୍ରୀମାନେ ନିଜ ନିଜ ରାଜ୍ୟରେ ପହଞ୍ଚିବା ପରେ ରାଜ୍ୟ ସରକାରଙ୍କ ନିୟମାନୁସାରେ କ୍ୱାରାଣ୍ଟାଇନରେ ରହିବେ ।

Related posts

ମାଲ୍ୟାଙ୍କ ପ୍ରତ୍ୟାବର୍ତ୍ତନ ଶୁଣାଣି ଆରମ୍ଭ

mahabharatanews

୨୬/୧୧ ଆତଙ୍କୀ ଆକ୍ରମଣର ଷଡଯନ୍ତ୍ରକାରୀ ଆମେରିକାରେ ଗିରଫ

mahabharatanews

ଏଲଏସି ସ୍ଥିତି ନେଇ ପ୍ରତିରକ୍ଷା ମନ୍ତ୍ରୀଙ୍କ ବିବୃତ୍ତି: ଭାରତ ଯେକୌଣସି ପଦକ୍ଷେପ ପାଇଁ ପ୍ରସ୍ତୁତ

mahabharatanews