ଓଡିଶା

ଢେଙ୍କାନାଳ ଜିଲ୍ଲାରେ ଦ୍ୱିତୀୟ କରୋନା ପୋଜେଟିଭି

ମୋନାଲିସା ମିଶ୍ର: ଢେଙ୍କାନାଳ ଜିଲ୍ଲାରେ ଦୀର୍ଘ ଦେଢ଼ମାସ ବ୍ୟବଧାନରେ ଆଜି ଦ୍ୱିତୀୟ ବ୍ୟକ୍ତି ଭାବେ ଆଉ ଜଣେ କରୋନା ପଜିଟିଭ ଭାବେ ଚିହ୍ନଟ ହୋଇଛନ୍ତି। ସଦର ବ୍ଳକ୍ ଅନ୍ତର୍ଗତ କଙ୍କଡ଼ାହାଡ଼ ଗ୍ରାମ ପଞ୍ଚାୟତର ୧୮ ବର୍ଷ ବୟସ୍କ ଚେନ୍ନାଇ ଫେରନ୍ତା ପ୍ରବାସୀ ଓଡ଼ିଆ ଯୁବକ ଗତ ୧୪ ତାରିଖରେ ଢେଙ୍କାନାଳରେ ପହଞ୍ଚିବା ପରେ ସଦର ବ୍ଳକର ତାଳବରକୋଟ ଗ୍ରାମର ଏକ ଅସ୍ଥାୟୀ ସଂଗରୋଧ କେନ୍ଦ୍ରରେ ଥିଲେ । ଗତ ୧୭ ତାରିଖରେ ଏହି ଅଠର ବର୍ଷ ବୟସ୍କ ଯୁବକଙ୍କ ସ୍ୱାବ ନମୂନା ପରୀକ୍ଷା ପାଇଁ ପଠାଯାଇଥିଲା, ୧୯ ତାରିଖରେ ଟେଷ୍ଟ ରିପୋର୍ଟ କୋରୋନା ପଜିଟିଭ ବାହାରିଥିବା ସୂଚନା ପହଞ୍ଚିଥିଲା। ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଅନୁଯାୟୀ ତାଳଚେର କୋଭିଡ ହସପିଟାଲକୁ ଯୁବକଙ୍କ ଚିକିତ୍ସା ନିମନ୍ତେ ପଠାଯାଇଛି ।
କୋରୋନା ଆକ୍ରାନ୍ତ ଯୁବକ ଜଣକ ରହୁଥିବା ତାଳବରକୋଟ ସଂଗରୋଧ କେନ୍ଦ୍ରକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇ କେନ୍ଦ୍ରକୁ ସାନିଟାଇଜ କରାଯାଇଛି । ଏହି ସଂଗରୋଧ କେନ୍ଦ୍ରରେ ଥିବା ସମସ୍ତ ଅନ୍ତେବାସୀଙ୍କ ସ୍ୱାବ ଟେଷ୍ଟ ପାଇଁ ପଠାଯାଇଛି । ସୂଚନା ଥାଉକି, ଉକ୍ତ ଯୁବକ ଚେନ୍ନାଇରୁ ଆସି ସିଧା ସଳଖ ସଂଗରୋଧ କେନ୍ଦ୍ରରେ ଥିଲେ , ତେଣୁ ଗୋଷ୍ଠୀ ସଂକ୍ରମଣ କରିବାର ଆଶଙ୍କା ନାହିଁ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ହସ୍ତଗତ ହୋଇଛି।

Related posts

ଦାୟିତ୍ୱ ସମ୍ପାଦନରେ ଆଗରେ ଅରୁଣ

mahabharatanews

ସରିଲା ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସର ଟ୍ରାଏଲ ରନ୍

mahabharatanews

ଲଛିପୁର ଗାଁରେ ଇଂରାଜୀ ମିଡିୟମ ସ୍କୁଲ ପ୍ରତିଷ୍ଠା

mahabharatanews