(ର।ୟଗଡ଼।/ମନୋଜ ସାହୁ): ପ୍ରବାସୀ ଓଡ଼ିଆ ଶ୍ରମିକ କେରଳର ବିଭନ୍ନ ସ୍ଥାନକୁ ରୋଜଗାର କରିବା ପାଇଁ ଆମ ରାଜ୍ୟର ଗଜପତି, ରାୟଗଡ।,କରାପୁଟ, ନବରଙ୍ଗପୁର, କନ୍ଧମାଳ, ଓ ମାଲକାନଗିରି ଜିଲ୍ଲାର ଯାଇଥିଲେ । କରୋନା ଲକଡାଉନ ହେବାଫ ଳରେ ବିଭନ୍ନ ସମସ୍ୟାର ସମ୍ମୁଖୀନ ହେବେ ଫଳରେ ସ୍ଵତନ୍ତ୍ର ରେଲ ଯୋଗେ ତିରୂଲଭାଲରୁ ଆଜି ସେମାନେ ରାୟଗଡ଼ା ପହଞ୍ଚି ଛନ୍ତି ।ଗଜପତି ରୁ ୪୧ଜଣ,ରାୟଗଡ଼ାର ୧୭ଜଣ,କୋରପୁଟର ୧୧ଜଣ,ନବରଙ୍ଗପୁର ଜିଲ୍ଲାର ୧୨୧ଜଣ, କନ୍ଧମାଳର ୨୩ଜଣ ଓ ମାଲକାନଗିରି ଜିଲ୍ଲାର ୩ଜଣ ମିଶି ସର୍ବମୋଟ ୨୧୬ଜଣ ଶ୍ରମିକ ଆଜି ରାୟଗଡ଼ା ପହଞ୍ଚିଛନ୍ତି । ସେହି ଶ୍ରମିକମାଙ୍କୁ ରାୟଗଡା ଜିଲ୍ଲାପାଳ ଶ୍ରୀ ପ୍ରମୋଦ କୁମାର ବେହେରା,ଅତିରକ୍ତ ଜିଲ୍ଲାପାଳ ଶ୍ରୀ ଶରତ ଚନ୍ଦ୍ର ପଣ୍ଡା,ପି.ଡି, ଡି.ଆର ଡି. ଏ,ଶ୍ରୀ ଅମ୍ରିତ ରୁତୁରାଜ, ଉପଜିଲ୍ଲାପାଳ ରାୟଗଡ଼ା ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ପ୍ରବାସୀ ଶ୍ରମିକ ମ।ନଙ୍କୁ ସ୍ବାଗତ କରିଥିଲେ ଓ ସଂପୃକ୍ତ ଜିଲା ଅଧିକାରୀ ମନଙ୍କୁ ହସ୍ତାନ୍ତର କରିଥିଲେ ।
ସେହିପରି ରାୟଗଡ଼ା ଜିଲ୍ଲାର ରାମନାଗୁଡା ବ୍ଲକର ୫ଜଣ,ଗୁଣୁପୁର ବ୍ଲକର ୩ ଜଣ ଏବଂ ମୁନିଗୁଡା ବ୍ଳକର ୯ଜଣ ସର୍ବମୋଟ ୧୭ଜଣ ଶ୍ରମିକଙ୍କୁ ସଂପୃକ୍ତ ବିଡ଼ିଓ ମ।ନଙ୍କୁ ହସ୍ତାନ୍ତର କର।ଯାଇ ଥିଲ। ।
