ଓଡିଶା

ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ

(ପାଟଣା/ବିଜୟ କାରୁଆ): ଦେଶରେ ମହାମାରୀ ପରି କାୟା ବିସ୍ତାର କରି ଚାଲି ଥିବା କରୋନା ଭୂତାଣୁର ମୁକାବିଲା ନିମନ୍ତେ ସାହାୟତାର ହାତ ବଢ଼ାଇ ଥିବା ବେଳେ ଆଜି ପାଟଣା ବ୍ଲକ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ଫେଡେରେସନର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ମାନେ ଏକତ୍ରିତ ହୋଇ ନିଜ ନିଜର ପାରିଶ୍ରମିକ ରାଶିରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ପାଟଣା ଗୋଷ୍ଠି ଶିକ୍ଷା ଅଧିକାରୀ ପୂର୍ଣ ଚନ୍ଦ୍ର ଅମାନ୍ତ ଙ୍କ ଜରିଆରେ ଟ.୩,୨୩୪୧୦  ଙ୍କା ଦାନ କରି ଛନ୍ତି। ଏଥିରେ ପାଟଣାବ୍ଲକ ର ପ୍ରାଥମିକ ଶିକ୍ଷକ ସଂଘର ସଭାପତି ବିନୋଦ କୁମାର ପରିଡା,ସଂପାଦକ କମଳାକାନ୍ତ ପତି,ଶ୍ରୀକାନ୍ତ ବିଶ୍ୱାଳ,ସନ୍ତୋଷ କୁମାର ନାଏକ,ଜ୍ୟେତିମୟ ତ୍ରିପାଠୀ,ରମେଶ ଚନ୍ଦ୍ର ନାଏକ, ଭବାନୀ ଶଙ୍କର ମହାନ୍ତ, ବିଭୀଷଣ ଦଳ ଦଶିଆ, ବୀର ମୋହନ ଦ୍ବିବେଦୀ, ପ୍ରମୋଦ କୁମାର ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ।

Related posts

ଆରମ୍ଭ ହେଲା ପହଣ୍ଡି,ସିଂହାସନକୁ ବିଜେ କରିବେ ସୁଦର୍ଶନ

mahabharatanews

ଆମ୍ବୁଲାନ୍ସରେ ଗଞ୍ଜେଇ ଚାଲାଣ, ପୁଲିସ ହାତରେ ଦୁଇ ମାଫିଆ

mahabharatanews

୧୫ ଦାଦନ ଶ୍ରମିକକୁ ଉଦ୍ଧାର କଲା ଖପ୍ରାଖୋଲ ପୋଲିସ

mahabharatanews