ଓଡିଶା

ଲ୍ୟାଣ୍ଡମାଇନ ବିସ୍ଫୋରଣରେ ନାବାଳକ ମୃତ

ମାଲକାନଗିରି : ମାଲକାନଗିରିରେ ଲ୍ୟାଣ୍ଡମାଇନ ବିସ୍ଫୋରଣ । ବିସ୍ଫୋରଣରେ ଚାଲିଗଲା ନାବାଳକର ଜୀବନ । ଏଭଳି ଅଘଟଣ ଘଟିଛି ମାଲକାନଗିରି ସୀମାନ୍ତ ବିଜାପୁରରେ । ମାଓବାଦୀଙ୍କ ଲ୍ୟାଣ୍ଡ ମାଇନ ବିସ୍ଫୋରଣରେ ଜଣେ ଦଶ ବର୍ଷର ବାଳକ ହିଡ଼ମା କବାସୀର ମୃତ୍ୟୁ ହୋଇଛି ।
ସୂଚନାନୁସାରେ , ହିଡମା ଆଜି ଜଙ୍ଗଲକୁ ଯାଇଥିଲା । ଅଜାଣତରେ ଖଞ୍ଜାହୋଇଥିବା ଲ୍ୟାଣ୍ଡମାଇନ ଉପରେ ହିଡ଼ମା ଚଢିଯାଇଥିଲା।ଲ୍ୟାଣ୍ଡମାଇନରେ ଗୋଡ ପଡିଯିବା ଫଳରେ ବିସ୍ଫୋରଣ ହୋଇଥିଲା। ଶିଶୁ ହିଡମା କାୱାସୀଙ୍କ ହାତ ଓ ଗୋଡ଼ରେ ଗଭୀର ଆଘାତ ଲାଗିଥିଲା। ହିଡ଼ମା ଗୁରୁରତର ଆହାତ ହୋଇ ପଡ଼ିଯିବାରୁ ତୁରନ୍ତ ତାକୁ ବିଜାପୁର ଡାକ୍ତରଖାନାକୁ ନିଆଯାଇଥିଲା।
ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଉତ୍ତମ ଚିକିତ୍ସା ପାଇଁ ଜିଲ୍ଲା ହସ୍ପିଟାଲ ବିଜାପୁରକୁ ନିଆଯାଇଥିଲା।କିନ୍ତୁ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ହିଡ଼ମାର ମୃତ୍ୟୁ ହୋଇଯାଇଛି।

Related posts

କରୋନା ପ୍ରଭାବରେ ଭିତର କନିକା ବନ୍ଦ

mahabharatanews

ଗାଁ ରାସ୍ତାରେ ଶାବଳରେ ଆକ୍ରମଣ କରି ଦୁଇ ଜଣଙ୍କ ଜୀବନ ନେଲା

mahabharatanews

ତାତି ଓ ଗୁଳୁଗୁଳିରୁ ଆଶ୍ବସ୍ତି ଆଣିବ କାଳବୈଶାଖୀ

mahabharatanews