ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ସ୍ତରରେ ପାକିସ୍ତାନ ପୁଣି ଥରେ ଅପମାନିତ ହୋଇଛି। ମିଳିତ ଜାତିସଂଘରେ ଇସଲାମିକ୍ ସହଯୋଗ ସଂଗଠନ (ଓଆଇସି)ର ଏକ ବୈଠକରେ ମାଲଦ୍ୱୀପ ପାକିସ୍ତାନକୁ କଡା ସମାଲୋଚନା କରିଛି । ଭାରତରେ ଇସଲାମୋଫୋବିୟା ବ୍ୟାପିଛି ବୋଲି ପାକିସ୍ତାନ ଅଭିଯୋଗ ଆଣିଥିଲା । କିନ୍ତୁ ମାଲଦ୍ୱୀପ ତୀବ୍ର ଖଣ୍ଡନ କରି ସୋସିଆଲ ମିଡିଆରେ କିଛି ଲୋକଙ୍କ ଦ୍ୱାରା କରାଯାଇଥିବା କାର୍ୟ୍ୟ କିମ୍ବା ବିବୃତ୍ତିକୁ ୧୩୦ କୋଟି ଭାରତୀୟଙ୍କ ମତ ଭାବରେ ବୁଝିହେବ ନାହିଁ। ମାଲଦ୍ୱୀପ ଏହା ମଧ୍ୟ କହିଛି ଯେ ଇସଲାମୋଫୋବିୟା ସମ୍ବନ୍ଧରେ ଦକ୍ଷିଣ ଏସିଆର କୌଣସି ଦେଶକୁ ଓଆଇସି ଟାର୍ଗେଟ କରିବା ଉଚିତ ନୁହେଁ।
ଜାତିସଂଘର ମାଲଦ୍ୱୀପ ସ୍ଥାୟୀ ପ୍ରତିନିଧୀ ଥିଲମିଜା ହୁସେନ୍ କହିଛନ୍ତି ଯେ, ସୋସିଆଲ ମିଡିଆରେ ବ୍ୟାପିଥିବା କିଛି ଲୋକଙ୍କ କଥା ଭାରତର ୧୩୦ କୋଟି ଲୋକଙ୍କ ମତ ହୋଇପାରିବ ନାହିଁ। ଭାରତ ହେଉଛି ବିଶ୍ୱର ସବୁଠାରୁ ବଡ ଗଣତନ୍ତ୍ର। ଅନେକ ଧର୍ମର ଲୋକଙ୍କ ବ୍ୟତୀତ ସେଠାରେ ୨୦କୋଟି ମୁସଲମାନ ମଧ୍ୟ ବାସ କରନ୍ତି। ଏପରି ପରିସ୍ଥିତିରେ, ଇସଲାମୋଫୋବିୟା ବିଷୟରେ କହିବା ଅଦରକାରୀ, କାରଣ ଏଥିରେ କୌଣସି ତଥ୍ୟ ନାହିଁ ।
previous post
next post