ଅପରାଧ

 ଲକଡାଉନ :  ବିପୁଳ ପରିମାଣର ମଦ ଜବତ

ଭୁବନେଶ୍ବର: ଲକଡାଉନ ପାଇଁ ରାଜ୍ୟରେ ମଦ ବିକ୍ରି ଉପରେ ଲାଗିଛି କଟକଣା । କିନ୍ତୁ ବାରରେ ଚାଲିଛି ମଦ ବିକ୍ରି । ମଦ ପୁଣି ୪-୫ ଗୁଣା ଅଧିକ ଦରରେ ବିକ୍ରି ଚାଲିଛି । କମିଶନରେଟ ପୁଲିସ ଏହି ଖବର ପାଇ କରିଥିଲା ଓ ଚଢାଉ କରିଥିଲା । ଏହି ଚଢାଉରେ ପୁଲିସକୁ ମଳିଲା ବିପୁଳ ପରିମାଣର ମଦ । ଏହି ଘଟଣା ଟ୍ୱିନ ସିଟି ମଧ୍ୟରେ ଥିବା ରେନବୋ ବାରର । କମିଶନରେଟ୍ ପୋଲିସର କ୍ବିକ୍ ଆକ୍ସନ ଟିମ୍ ଚଢାଉ କରିଥିଲା ।
କମିଶନରେଟ୍ ପୋଲିସର କ୍ବିକ୍ ଆକ୍ସନ ଟିମ୍ ଏହି ଚଢାଉ କରିଥିଲା । ତେବେ ବାର୍ ର ମୁଖ୍ୟ ଦ୍ବାରରେ ତାଲା ପଡିଥବା ବେଳେ ବାର୍ ର ପଛ ପଟେ ଚାଲିଥିବା ଏହି ଚୋରା କାରବାର ଚାଲିଥିଲା । ଚଢା ଦରରେ ମଦ ମଧ୍ୟ ବିକ୍ରୟ କରାଯାଉଥିଲା । ଲକ୍ ଡାଉନ୍ ବେଳେ ବାର୍ ମାଲିକ ଏଭଳି କାରବାର ଚଳାଇଥିଲେ । ଯାହାର ସୂଚନା ପାଇଥିଲା କମିଶନରେଟ୍ ପୋଲିସ । ଚଢାଉ ବେଳେ ପେଟି ପେଟି ମଦ ଜବତ କରିଛି କମିଶନରେଟ୍ ପୋଲିସ । ଏବେ ଏହି ଘଟଣାରେ ପୁଲିସ ତଦନ୍ତ ଚଳାଇଛି ।

Related posts

ହାୟର ଷ୍ଟଡି ନାମରେ ଠକୁଥିବା ଇଣ୍ଟରନାସନାଲ ଠକ ପୁଲିସ କବଜାରେ

mahabharatanews

ଭିଜିଲାନ୍ସ ଜାଲରେ ସିଡିପିଓ

mahabharatanews

ପତ୍ନୀ ଗିରଫ ପରେ ମାହାଙ୍ଗା ଥାନା ଅଧିକାରୀଙ୍କ ସରକାରୀ ବାସଭବନ ସିଲ୍

mahabharatanews