ଓଡିଶା

ଓଡିଶାକୁ ମିଳିଲା ଅଗ୍ରିମ ସହାୟତା ରାଶି

ଭୁବନେଶ୍ୱର: ମହାବାତ୍ୟା ଅମ୍ଫାନରେ ଉପକୂଳ ଓଡିଶାରେ ବହୁ କ୍ଷୟକ୍ଷତି ହୋଇଛି । ଏହି କ୍ଷୟକ୍ଷତିର ଆକଳନ କରିବାକୁ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସି ଓଡ଼ିଶା ପାଇଁ ଅଗ୍ରିମ ୫୦୦ କୋଟିର ସହାୟତା ଘୋଷଣା କରିଥିଲେ। ଏହି ଘୋଷଣାର ୨୪ ଘଣ୍ଟା ନ ପୂରୁଣୁ ଏହି ଅର୍ଥ ରାଜ୍ୟ ସରକାରଙ୍କୁ ମିଳିଯାଇଛି। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟ ରାଜ୍ୟ ସରକାରଙ୍କୁ ୫୦୦ କୋଟି ଟଙ୍କା ପ୍ରଦାନ କରିଛି। ରାଜ୍ୟର ସ୍ୱତନ୍ତ୍ର ରିଲିଫ୍ କମିସନର ପ୍ରଦୀପ ଜେନା ଟୁଇଟ୍ କରି ଏହି ସୂଚନା ଦେବା ସହ ତ୍ୱରିତ ପଦକ୍ଷେପ ଲାଗି ମନ୍ତ୍ରାଳୟକୁ ଧନ୍ୟବାଦ ଜଣାଇଛନ୍ତି।ଏଥିନେଇ ଏସଆରସି ଟ୍ୱିଟ କରି ସୂଚନା ଦେଇଛନ୍ତି ।
ଏସଆରସି ଲେଖିଛନ୍ତି, ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ଘୋଷଣା କରିବାର ୨୪ଘଣ୍ଟାରୁ କମ୍ ସମୟ ମଧ୍ୟରେ ଗୃହ ମନ୍ତ୍ରାଳୟ ୫୦୦କୋଟି ଓଡ଼ିଶା ସରକାରଙ୍କୁ ପ୍ରଦାନ କରିଛନ୍ତି। ଆମେ ପ୍ରଧାନମନ୍ତ୍ରୀ ଓ ଗୃହ ମନ୍ତ୍ରାଳୟକୁ ଧନ୍ୟବାଦ ଜଣାଉଛୁ।
ଗତକାଲି ଆକାଶମାର୍ଗରୁ ଅମ୍ଫାନ୍ କ୍ଷୟକ୍ଷତି ଦେଖିବା ପରେ ପଶ୍ଚିମ ବଙ୍ଗ ପାଇଁ ଅଗ୍ରିମ ସହାୟତା ୧ ହଜାର କୋଟି ଟଙ୍କା ଓ ଓଡିଶା ପାଇଁ ୫୦୦ କୋଟି ଟଙ୍କା ଘୋଷଣା କରିଥିଲେ। ଏଥିସହ ମୃତକଙ୍କ ପରିବାର ଲାଗି ୨ଲକ୍ଷ ଟଙ୍କା ଓ ଆହତଙ୍କ କ୍ଷେତ୍ରରେ ୫୦ ହଜାର ଟଙ୍କାର ଅନୁକମ୍ପା ସହାୟତା ମଧ୍ୟ ଘୋଷଣା କରିଥିଲେ । ପ୍ରଧାନମନ୍ତ୍ରୀ ଓଡ଼ିଶାର ବାତ୍ୟା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ଟିମ୍‌ର ପ୍ରଶଂସା କରିବା ସହିତ ଖୁବ୍ ଶୀଘ୍ର କେନ୍ଦ୍ରୀୟ ପ୍ରତିନିଧି ଦଳ ଓଡ଼ିଶା ଆସିବେ ଓ କ୍ଷୟକ୍ଷତି ଅନୁଧ୍ୟାନ କରିବା ପରେ ଆବଶ୍ୟକ ସହାୟତା ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।

Related posts

କାକଟମଙ୍ଗଳା ସ୍କୁଲରେ ଜାତୀୟ ବିଜ୍ଞାନ ଦିବସ ପାଳିତ

mahabharatanews

ବବିଙ୍କ ଚେର କାଟିବାକୁ ସ୍ୱରୂପ ମୋହରା

mahabharatanews

ଏନ୍‌ଏସି ଗଠନ ଦାବି; ୧୨ଘଣ୍ଟିଆ ବନ୍ଦ ପାଳନ

mahabharatanews