ଓଡିଶା

ଅଲଉତା ଗ୍ରାମ କଣ୍ଟେନମେଣ୍ଟ ଜୋନ ଘୋଷଣା କଲେ ଜିଲ୍ଲାପାଳ

(ଜୟନ୍ତ କୁମାର ସେଠୀ, ଗୋପ): ଗତକାଲି ଡେଲାଙ୍ଗରୁ ଦୁଇ ପଜିଟିଭ୍ ଚିହ୍ନଟ ପରେ ଜିଲ୍ଲା ପ୍ରଶାସନ ନେଲା ସ୍ୱତନ୍ତ୍ର ପଦକ୍ଷେପ, ଡେଲାଙ୍ଗ ବ୍ଲକ ମୁନିଦା ପଞ୍ଚାୟତର ଅଳଉତ ବେଲପଡା ଗାଁକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି, ଏହି ଅଞ୍ଚଳକୁ ପ୍ରବେଶ ଓ ପ୍ରସ୍ଥାନ ଉପରେ ଲାଗିଲା କଟକଣା, କଣ୍ଟେନମେଣ୍ଟ ଜୋନରେ ଥିବା ସମସ୍ତ ସରକାରୀ କାର୍ୟ୍ୟାଳୟ, ବେସରକାରୀ ଅନୁଷ୍ଠାନ, ଦୋକାନ ବଜାର ବନ୍ଦ ରହିବାକୁ ନିର୍ଦ୍ଦେଶ, ଅତ୍ୟାବଶକୀୟ ସାମଗ୍ରୀ, ଔଷଧ ଇତ୍ୟାଦି ଡେଲାଙ୍ଗ ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଅଧୀନରେ ବିଭିନ୍ନ ଟିମ୍ ଦ୍ୱାରା ଯୋଗାଇ ଦିଆଯିବ । ପୁରୀ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଉକ୍ତ ଗ୍ରାମର ଲୋକମାନଙ୍କର ଆବଶ୍ୟକୀୟ ସାମଗ୍ରୀ ଯୋଗାଇ ଦିଆଯିବ ବୋଲି ବିଡିଓ କ୍ଷୀରୋଦ ପ୍ରଧାନ କହିଛନ୍ତି । ଉକ୍ତ ଗ୍ରାମର ପ୍ରବେଶ ପଥ ସିଲ କରାଯାଇଛି ବୋଲି ଡେଲାଙ୍ଗ ଥାନା ଆଇଆଇସି ରଶ୍ମି ରଞ୍ଜନ ପଟ୍ଟନାୟକଙ୍କ ଠାରୁ ସୁଚନା ମିଳିଛି । ସେଠାରେ ପୋଲିସ ପକ୍ଷରୁ ପ୍ରହରା ଦିଆଯାଇଛି । ସ୍ଥାନୀୟ ସରପଞ୍ଚ ସଂଧ୍ୟାରାଣୀ ପରିଡାଙ୍କ ନେତୃତ୍ୱରେ ଗ୍ରାମବାସୀମାନଙ୍କୁ ସମସ୍ତ ପ୍ରକାରର ସହଯୋଗ କରାଯିବ ବୋଲି ଜଣାପଡିଛି ।

Related posts

ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ

mahabharatanews

ଭିଜିଲାନ୍ସ ସରକାରର ହାତ ବାରିସି

mahabharatanews

ପୋଲିସ ଡିଜି ଅଭୟ ଙ୍କ ଗଞ୍ଜାମ ଗସ୍ତ

mahabharatanews