ଓଡିଶା

ପୋଲିସ ଡିଜି ଅଭୟ ଙ୍କ ଗଞ୍ଜାମ ଗସ୍ତ

(ରଜନିକାନ୍ତ ପାତ୍ର, ହିଞ୍ଜିଳିକାଟୁ): ରାଜ୍ୟ ପୋଲିସ ଡିଜି ଅଭୟ ରବିବାର ଗଞ୍ଜାମ ଜିଲାକୁ ଆସି ବିଭିନ୍ନ ଥାନା ଗଞ୍ଜାମ ଏସ୍‌ପିଙ୍କ କାର୍ୟ୍ୟାଳୟ ପରିଦର୍ଶନ କରିଛନ୍ତି। କରୋନା ସଂକ୍ରମଣ ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ନିର୍ଦ୍ଦେଶନାମାକୁ କାର୍ୟ୍ୟକାରୀ କରି କ’ଣ ସବୁ ପଦକ୍ଷେପ ଓ ଆଇନଗତ କାର୍ୟ୍ୟାନୁଷ୍ଠାନ ନିଆଯାଇଛି ସେ ସମ୍ପର୍କରେ ଡିଜିପି ପଚାରି ବୁଝିଥିଲେ। ପ୍ରଶାସନ ସହ ମିଶି କାମ କରିବାକୁ ପରାମର୍ଶ ଦେଇଥିଲେ। ପୋଲିସ କଣ୍ଟ୍ରୋଲ ରୁମ୍‌ର କାର୍ୟ୍ୟକାରିତା, ପାଟ୍ରୋଲିଂ, କର୍ମଚାରୀଙ୍କ ମଙ୍ଗଳ କାର୍ୟ୍ୟକ୍ରମ ତ୍ୱରାନ୍ବିତ ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଲୋକଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବା ଏବଂ ସେମାନଙ୍କ ସମସ୍ୟା ଶୁଣି ଆସ୍ଥା ଭାଜନ ହୁଅ ବୋଲି ଡିଜିପି ପରାମର୍ଶ ଦେଇଥିଲେ। ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର ରୟ ଉପସ୍ଥିତ ଥିଲେ। ଡିଜିପି ଖଲିକୋଟ, ରମ୍ଭା, ଛତ୍ରପୁର ଥାନା ପରିଦର୍ଶନ କରି ସେ ବ୍ରହ୍ମପୁର ଯାଇଥିଲେ।

Related posts

ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ତିରୋଧାନ ଦିବସରେ ରକ୍ତଦାନ ଶିବିର

mahabharatanews

ଚଣ୍ଡିଖୋଲ ନିକଟସ୍ଥ ଗାନ୍ଧୀ ଛକ ରେ ସଡ଼କ ଦୁର୍ଘଟଣା , ଦୁଇ ଗୁରୁତର

mahabharatanews

ଓଡ଼ିଶା-ନାଗାଲାଣ୍ଡ ରଣଜୀ ଟ୍ରଫି ମ୍ୟାଚ୍‌ରେ ଓଡ଼ିଶାର ବିଶାଳ ସ୍କୋର

mahabharatanews