ଅପରାଧ

ଜୁଆ ଆଡ୍ଡା ଉପରେ ଚଢାଉ, ୧ଲକ୍ଷ ୫୩ ହଜାର ଟଙ୍କା ଜବତ

ଆଦର୍ଶ ରାଉତ / ଭୁବନେଶ୍ୱର: ଆଜି ନୟାପଲ୍ଲୀ ପୁଲିସ ଏକ ଜୁଆ ଆଡ୍ଡା ଉପରେ ଚଢାଉ କରି ୯ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୧ଲକ୍ଷ ୫୩ ହଜାର ଟଙ୍କା, ୩ଟି ଦାମି କାର, ଏକାଧିକ ମୋବାଇଲ ଜବତ କରିଛି । ପୁଲିସ ଆଡ୍ଡା ଚାଲିଥିବା ଓୟୋ ରୁମକୁ ସିଲ କରି ତଦନ୍ତ ଚଳାଇଛି ।
ସୂଚନା ଅନୁଯାୟୀ, ଲକଡାଉନରେ ସବୁ ବନ୍ଦ ଥିବା ବେଳେ ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳର ଭିଆଇପି ଛକ ନିକଟରେ ଥିବା ଭୁବନେଶ୍ୱର ପ୍ରାଇଡ ନାମକ ଓୟୋ ହୋଟେଲରେ କିଛି ଧନୀକ ଶ୍ରେଣୀର ଲୋକ ଆଡ୍ଡା ଜମାଇବା ସହ ଜୁଆ ଖେଳୁଥିଲେ । ଏଥିନେଇ ପୁଲିସକୁ ଗୁରୁବାର ଦିନ ସୂଚନା ମିଳିଥିଲା । ନୟାପଲ୍ଲୀ ପୁଲିସ ଆଜି ସକାଳୁ ସକାଳୁ ହୋଟେଲ ଉପରେ ଚଢାଉ କରିଥିଲା । ଚଢାଉ ବେଳେ ଗୋଟିଏ କୋଠରୀରେ ଜୁଆର ଆସର ଚାଲିଥିଲା । ପୁଲିସ ଖେଳରେ ମାତିଥିବା ୯ ଜଣଙ୍କୁ ଗିରଫ କରିବା ସହ ୧ ଲକ୍ଷ ୫୩ ହଜାର ଟଙ୍କା, ଗୋଟିଏ ଫର୍ଚୁନର, ଗୋଟିଏ ହୋଣ୍ଡା ସିଟି, ଗୋଟିଏ ହୋଣ୍ଡା ଡବ୍ଲୁଆରଭି ସହ ଏକାଧିକ ମୋବାଇଲ, ତାସ ଆଦି ଜବତ କରିଛି । ସମସ୍ତ ଗିରଫ ବ୍ୟକ୍ତି ହେଉଛନ୍ତି ବିଲ୍ଡର ଓ ବ୍ୟବସାୟୀ । ପୁଲିସ ଆଗକୁ ଏହି ମାମଲାରେ ତଦନ୍ତ ଚଳାଇଛି ।

Related posts

ବେକରେ ଗାମୁଛା ଲଗାଇ ଛାତ୍ରଙ୍କ ଆତ୍ମହତ୍ୟା

mahabharatanews

ନବଜୋତ ସିଂହ ସିଦ୍ଧୁଙ୍କୁ ବର୍ଷେ ଜେଲ ଦଣ୍ଡାଦେଶ

mahabharatanews

ଛାଡପତ୍ରଦେଲା ପରେ ମାଲିକ ସହ ମିଶି ସ୍ତ୍ରୀକୁ ଦୁଷ୍କର୍ମ

mahabharatanews