Uncategorized

କୁଲଗାମ ଜିଲ୍ଲାରେ ୨ ହିଜବୁଲ ଆତଙ୍କୀ ନିହତ

ଶ୍ରୀନଗର: ଜାମ୍ମୁ-କାଶ୍ମୀରର କୁଲଗାମ ଜିଲ୍ଲାରେ ପୋଲିସ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନମୟ ଘଟି ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି । ଦୁଇ ଆତଙ୍କବାଦୀଙ୍କ ମୃତ୍ୟୁ ନେଇ ଜାମ୍ମୁ କାଶ୍ମୀର ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନାଯୋଗ୍ୟ ଯେ, କୁଲଗାମ ଜିଲ୍ଲାରେ କିଛି ଆତଙ୍କାବାଦୀ ଲୁଚି ରହିଥିବାର ଗୁଇନ୍ଦା ସୂଚନା ଦେଇଥିଲେ । ଏହାପରେ ସେନା ଓ ପୁଲିସ ଖବର ମିଳିବା ମାତ୍ରେ ତୁରନ୍ତ ସ୍ଥାନୀୟ ଅଞ୍ଚଳକୁ ଘେରିଯାଇଥିଲେ ଏବଂ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା । ତେବେ ପୂରା ଅଞ୍ଚଳକୁ ସେନା ଘେରିବା ଦେଖି ଖସିଯିବାକୁ ଉଦ୍ୟମ କରିଥିଲେ ଆତଙ୍କବାଦୀ । ସେନା ସେମାନଙ୍କୁ ଆତ୍ମସମର୍ପଣ ହେବାକୁ କହିଥିଲେ , କିନ୍ତୁ ସେମାନ ଶୁଣିନଥିଲେ । ଏପରିକି ଲୁଚି ରହିଥିବା ଘର ମାଲିକ ମଧ୍ୟ ତାଙ୍କୁ ଆତ୍ମସମପ୍ରଣ କରିବାକୁ କହିଥିଲେ । କିନ୍ତୁ କାହା କଥା ଶୁଣିନଥିଲା । ଶେଷରେ ଆତଙ୍କବାଦୀ ଓ ଭାରତୀୟ ସେନା ବାହିନୀ ମଧ୍ୟରେ ଗୁଳିବିନିମୟ ଆରମ୍ଭ ହୋଇଥିଲା । ସେନା ବାହିନୀ ଗୁଳିରେ ୨ଜଣ ଆତଙ୍କୀ ନିହତ ହୋଇଥିବା ଜଣାପଡିଛି । ଉଭୟ ଆତଙ୍କୀ ହିଜ୍‌ବୁଲ୍‌ ମୁଜାହିଦ୍ଦିନ ବୋଲି ଜଣାପଡିଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା ଉଭୟଙ୍କ ପରିଚୟ ମିଳିପାରିନାହିଁ ।

Related posts

ଡେରାଡୁନରେ ୧୦ମ ପ୍ଲାଷ୍ଟିକ ବ୍ୟାଙ୍କ ସ୍ଥାପନ

mahabharatanews

କରୋନା ଆତଙ୍କ ମଧ୍ୟରେ ଚାକିରି ଛାଡିଲେ ୨୨୫ ନର୍ସ

mahabharatanews

ଚିକିତ୍ସା କ୍ଷେତ୍ରରେ ନର୍ସ ହେଉଛନ୍ତି ମେରୁଦଣ୍ଡ: ଶାହା

mahabharatanews