ଓଡିଶା

ଶ୍ରୀ ମନ୍ଦିର ଚାରି ପାଖରୁ ବ୍ୟବସାୟ ପ୍ରତିଷ୍ଠାନ ଉଛେଦ ପ୍ରକ୍ରିୟା ଆରମ୍ଭ

(ଜୟନ୍ତ ସେଠି/ ଗୋପ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ପୁରୀ ଶ୍ରୀମନ୍ଦିର ଚାରି ପାଖ ସୌନ୍ଦର୍ୟ୍ୟ କରଣ କାର୍ୟ୍ୟ ତ୍ୱରାନ୍ୱିତ ହୋଇଛି। ଶ୍ରୀମନ୍ଦିର ନିକଟ ଦୋଳ ବେଦୀ କୋଣ ନାରାୟଣ ମନ୍ଦିର ନିକଟ ରେ ଥିବା ବ୍ୟବସାୟ ପ୍ରତିଷ୍ଠାନ ଉଛେଦ ପ୍ରକ୍ରିୟା ଆରଂଭ ହୋଇଛି। ଏ ନେଇ ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଉପଜିଲ୍ଲାପାଳ ଙ୍କ ସମେତ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଛନ୍ତି। ପୁରୀକୁ ହେରିଟେଜ ସିଟି ଗଢି ତୋଳିବା ନେଇ ମୁଖ୍ୟମନ୍ତ୍ରୀଙ୍କର ସ୍ୱପ୍ନର ପ୍ରକଳ୍ପ ରହିଛି। ତେବେ କୋଭିଡ ସଂକ୍ରମଣ ଭୟ ଓ ଲକ୍ ଡାଉନ୍ ଯୋଗୁ ଏହା ବନ୍ଦ ରହିଥିଲା। ପୁଣି ଆଜି ଏହି କାର୍ୟ୍ୟ ତ୍ୱରାନ୍ୱିତ ହୋଇଛି। ଶ୍ରୀମନ୍ଦିର ର ଚାରି ପାଖ ର ବିକାଶ , ସୌନ୍ଦର୍ୟ୍ୟ କରଣ ସମେତ ଜଗନ୍ନାଥ ବଲ୍ଲଭ ରେ ଅତ୍ୟାଧୁନିକ ଧ୍ୟାନ କେନ୍ଦ୍ର ସହ ପ୍ରତୀକ୍ଷା ଗୃହ , ଜଗନ୍ନାଥ ବଲ୍ଲଭ କୁ ଅତ୍ୟାଧୁନିକ ଟ୍ରାମ୍ପେଟ ସେତୁ , ଅତ୍ୟାଧୁନିକ ମାର୍କେଟ କଂପ୍ଲେକ୍ସ , ଅତ୍ୟାଧୁନିକ ମଲ୍ଟି ପାର୍କିଂ ଷ୍ଟାଣ୍ଡ ଆଦି ପ୍ରୋଜେକ୍ଟ ରହିଛି। ତେବେ ଏହି କାର୍ୟ୍ୟକ୍ରମ କୁ ସମର୍ଥନ କରି ପୁରୀ ବାସିନ୍ଦା ନିଜର ଜାଗା ସରକାରଙ୍କୁ ହସ୍ତାନ୍ତର କରିଛନ୍ତି। ସରକାର ମଧ୍ୟ ଉପଯୁକ୍ତ କ୍ଷତିପୂରଣ ଦେଇଛନ୍ତି।

Related posts

ଲିଙ୍ଗରାଜଙ୍କ ନିକଟରେ ଲାଗି ହେଲା ଭୋଗ

mahabharatanews

 ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ

mahabharatanews

ମଧୁ ଆପର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

mahabharatanews