ଅପରାଧ

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ମରଣାତ୍ମକ ଆକ୍ରମଣ

ଶେଖ ଫୈଜାନ କାଦ୍ରୀ/ ଭଦ୍ରକ: ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକକୁ ବିଚ ବଜାରରେ ମରଣାତ୍ମକ ଆକ୍ରମଣ । ଏହି ଘଟଣା ଘଟିଛି ଭଦ୍ରକ ଟାଉନ ଥାନା ଅଧୀନସ୍ଥ ବାଗୁରାଇ ବଜ଼ାରରେ । ମରଣାତ୍ମକ ଆକ୍ରମଣର ଶିକାର ହେଇଥିବା ଯୁବକ ଜଣକ ହେଲେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ବାଉଦପୁର ଗ୍ରାମର ଅପରେସ ଜେନା । ଗୁରୁତ୍ୱର ଜେନା ସନ୍ଧ୍ୟା ବେଳେ ବାଗୁରାଉ ବଜ଼ାରରୁ ନିଜ ଘର ବାଉଦପୁରକୁ ଯାଉଥିବା ବେଳେ ପୂର୍ବରୁ ଛକି ରହିଥିବା ବାଉଦପୁର ଗ୍ରାମର ବାବୁରାମ ଜେନା ତାଙ୍କୁ ଭୁଜାଲିରେ ମାରଣତ୍ମକ ଆକ୍ରମଣ କରିଥିଲା । ରକ୍ତ ଜୁଡୁବୁଡୁ ଅବସ୍ଥାରେ ତଳେ ପଡ଼ିଥିବା ଜେନାଙ୍କୁ ସ୍ଥାନୀୟ ଲୋକ ମାନେ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଭଦ୍ରକ ମେଡିକାଲରେ ଭର୍ତି କରିଥିଲେ । ଅବସ୍ଥା ସଙ୍କଟାପନ୍ନ ଥିବାରୁ ଭଦ୍ରକ ମେଡିକାଲରୁ କଟକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ମରଣାତ୍ମକ ଆକ୍ରମଣର ଶିକାର ଅପରେସ ଜେନାଙ୍କ ମୁଣ୍ଡ,, ହାତ, ପିଠି ରେ ଗଭୀର କ୍ଷତ ଚି଼ହ୍ନ ଥିବାର ଦେଖିବାକୁ ମିଳିଛି । ଘଟଣା ସ୍ଥଳରେ ଭଦ୍ରକ ଟାଉନ ଥାନା ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି

Related posts

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପେକ୍ସ ସଂପାଦକ

mahabharatanews

ଚୋର ଡାଳେ ଡାଳେ ଗଲେ ପୋଲିସ ପତ୍ରେ ପତ୍ରେ ଯାଏ

mahabharatanews

ମହିଳାଙ୍କୁ ବ୍ଲେଡରେ ହତ୍ୟା, ଅଭିଯୁକ୍ତ ଗିରଫ

mahabharatanews