ଓଡିଶା

ସଙ୍ଗରୋଧ କେନ୍ଦ୍ରରୁ ବିଦାୟ ନେଲେ ପ୍ରବାସୀ ଶ୍ରମିକ

ଓମପ୍ରକାଶ ମିଶ୍ର/ ସୁବର୍ଣ୍ଣପୁର: ପ୍ରବାସୀ ଶ୍ରମିକଙ୍କୁ ସଙ୍ଗରୋଧ କେନ୍ଦ୍ରରୁ ବିଦାୟ ଦିଆଯାଇଛି। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜ ପୁର ବ୍ଳକ ଅନ୍ତର୍ଗତ ସୁବଳୟା ସଙ୍ଗରୋଧ କେନ୍ଦ୍ରରୁ ପ୍ରବାସୀ ଶ୍ରମିକ ନିଜ ଘରକୁ ଫେରିଛନ୍ତି। ଏମାନେ ଏଠାରୁ ଗଲା ପରେ ମଧ୍ୟ ସାତଦିନ ନିଜ ନିଜ ଘରେ ସଂଗରୋଧରେ ରହିବା ପାଇଁ ସେମାନଙ୍କୁ ସ୍ଥାନୀୟ ସରପଞ୍ଚ ଲିଲି ପାତ୍ର ପରାମର୍ଶ ଦେଇଛନ୍ତି। ପ୍ରବାସୀ ଓଡିଆମାନେ ମହାରାଷ୍ଟ୍ର, କର୍ଣ୍ଣାଟକ, ତେଲେଙ୍ଗାନା, ତାମିଲନାଡୁ, କେରଳ ଓ ଆନ୍ଧ୍ରପ୍ରଦେଶ ସହିତ ଅନ୍ୟ ରାଜ୍ୟରୁ ଆସିଥିବା ଜଣା ପଡିଛି। ଏମାନେ ସରକାରଙ୍କ କୋଭିଡ ୧୯ ଆଇନକୁ ମାନି ଚଳିଥିଲେ। ଏହି କେନ୍ଦ୍ରରେ କରୋନା ଯୋଦ୍ଧା ଭାବେ ସରପଞ୍ଚ ଲିଲି ପାତ୍ର ସଂଗରୋଧ ଗୄୃହ ର ପରିଚାଳନା କରିଥିଲେ। ପ୍ରବାସୀ ଓଡିଆ ମାନେ ଏଠାରୁ ବିଦାୟ ନେବା ସମୟରେ ସେମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରିବା ସହିତ ପୁଷ୍ପ ଦିଆଯାଇଥିଲା। ବିଦାୟ ନେବା ସମୟରେ ପ୍ରବାସୀମାନେ ସନ୍ତୋଷ ପ୍ରକାଶ କରିଥିଲେ। ପ୍ରବାସୀ ଓଡିଆମାନଙ୍କ ଆକାଉଣ୍ଟକୁ ଦୁଇ ହଜାର ଟଙ୍କା ପ୍ରଦାନ କରାଯିବ ବୋଲି ଜଣାପଡିଛି। ୧୨ ଜଣଙ୍କ ସ୍ୱାବ ରିପୋର୍ଟ ନେଗେଟିଭ ଆସିବା ପରେ ସେମାନଙ୍କୁ ସଙ୍ଗରୋଧ କେନ୍ଦ୍ରରୁ ବିଦାୟ ଦିଆଯାଇଛି। ଏହି ବିଦାୟ ଅବସରରେ ବୀରମହାରାଜ ପୁର ଏସ୍ ଡିପିଓ ଧିରଜ ଚୋପଦାର, ବିଡ଼ିଓ ମୋତିଲାଲ ସୁଲିଆ, ବବିତା ରାଣୀ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Related posts

ମୁଖ୍ୟମନ୍ତ୍ରୀ- ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ରଥଯାତ୍ରା ସମ୍ପର୍କିତ ଆଲୋଚନା

mahabharatanews

ବେକରେ ଦଉଡି ଲଗାଇ ଯୁବକର ଆତ୍ମହତ୍ୟା

mahabharatanews

ବଣାଇର ପୂର୍ବତନ ବିଧାୟକ ହେମେନ୍ଦ୍ର ପ୍ରସାଦ ମହାପାତ୍ରଙ୍କର ବୁଧବାର ପରଲୋକ ଘଟିଛି

mahabharatanews