ଓଡିଶା

ଜମି ବିବାଦରୁ ପୁଅକୁ ହତ୍ୟା କଲା ସୈତାନ ବାପା

ଟୁକୁନା ଖରା/ନବରଙ୍ଗପୁର: ପୁଅକୁ ହତ୍ୟା କଲା ସୈତାନ ବାପା । ଏଭଳି ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ରାଇଘର ଥାନା କୁମୁଲି ଗ୍ରାମରେ। ଜମି ଜମାକୁ ନେଇ ଦୀର୍ଘ ଦିନହେଲା ବାପା ଓ ପୁଅ ମଧ୍ୟରେ ବିବାଦ ଯୋଗୁଁ ବାପା ଅମଲ ବସୁ ପୁଅ ଅସିତ ବସୁ (୨୫)ଙ୍କୁ ଶାବଳ ଓ କୁରାଢ଼ୀରେ ପିଟି ହତ୍ୟା କରିଥିବା ଜଣାପଡ଼ିଛି। ରାଇଘର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିଛି । ଆଜି ସକାଳେ ସୈତାନ ବାପା ହତ୍ୟାରେ ବ୍ୟବହୃତ ମାରଣାସ୍ତ୍ର ସହ ପୋଲିସ ପାଖରେ ଆତ୍ମ ସମର୍ପଣ କରିଛି। ଗତକାଲି ରାତି ପ୍ରାୟ ୧୨ଟା ସମୟରେ ବାପା ଓ ପୁଅ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଘର ନିକଟସ୍ଥ କାଜୁ ବାଡ଼ ମଧ୍ୟରେ ଉତ୍ତ୍ୟକ୍ତ ବାପା ପୁଅର ମୁଣ୍ଡରେ ଶାବଳ ଓ କୁରାଢ଼ୀରେ ଆକ୍ରମଣ କରିବାରୁ ଘଟଣା ସ୍ଥଳରେ ପୁଅ ଅସିତ ମୃତ୍ୟୁବରଣ କରିଥିଲେ। ଆଜି ସକାଳେ ସୈତାନ ବାପାର ଆତ୍ମ ସମର୍ପଣ ପରେ ରାଇଘର ଥାନରେ ମୃତକଙ୍କ ଭାଇ ବିଶ୍ୱଜିତ ଏକ ଲିଖିତ ଅଭିଯୋଗ ଦେଇଛନ୍ତି।

ସୂଚନା ଯୋଗ୍ୟ, ହତ୍ୟାକାରୀ ଅମଲଙ୍କ ତିନୋଟି ବିବାହ କରିଛି । ପୂର୍ବରୁ ପ୍ରଥମ ସ୍ତ୍ରୀକୁ ହତ୍ୟା କରି ଅମଲ ବସୁ ଜେଲ୍ରେ ସଜା କାଟି ଫେରିଥିଲା। ପ୍ରଥମ ସ୍ତ୍ରୀର ହତ୍ୟା ପରେ ଦ୍ଵିତୀୟ ସ୍ତ୍ରୀ ଅଲଗା ରହୁଥିଲେ। ଏବେ ତୃତୀୟ ସ୍ତ୍ରୀ ହତ୍ୟାକାରୀ ଅମଲ ପାଖରେ ଅଛନ୍ତି। ତିନୋଟି ସ୍ତ୍ରୀଙ୍କର ମୋଟ ୧୩ ଜଣ ପୁଅ ଝିଅ ଅଛନ୍ତି।

Related posts

ରଥ ନିର୍ମାଣ ପାଇଁ ନବମ ପର୍ଯ୍ୟାୟରେ ୨୭ ଖଣ୍ଡ ୪୦ ଫୁଟିଆ ଧଉରା ଓ ଅସନ କାଠ ପହଞ୍ଚିଲା

mahabharatanews

ଆଜି ବଜ୍ରପାତରେ ଚାଲିଗଲା ଜୀବନ

mahabharatanews

ଆଠଗଡ଼ ଗଡ଼ଜାତର ପ୍ରସିଦ୍ଧ ପଞ୍ଚୁ ଦୋଳ ଯାତ୍ରା ଅନୁଷ୍ଠିତ

mahabharatanews