ଓଡିଶା

ବିଜେପି ପକ୍ଷରୁ ସାମ୍ଵାଦିକଙ୍କୁ କରୋନା ଯୋଦ୍ଧା ସମ୍ମାନ ପ୍ରଦାନ

ଜୟନ୍ତ ସେଠୀ/ ଗୋପ: ପୁରୀ ଜିଲ୍ଲା ନିମାପଡ଼ା ଟାଉନ୍ ହଲ୍ ଠାରେ ନିମାପଡା ବିଜେପି ପକ୍ଷରୁ ନିମାପଡାର ବିଭିନ୍ନ ପ୍ରଶାସନିକ ଅଧିକାରୀ, ପୋଲିସ ଓ ସାମ୍ଵାଦିକମାନଙ୍କୁ କୋରନା ଯୋଦ୍ଧା ଭାବେ ସମ୍ମାନିତ କରାଯାଇଛି । ବିଶେଷକରି ଏମାନଙ୍କ ନିଷ୍ଠାପର ସେବା ପାଇଁ ମାନ୍ୟବର ପ୍ରଧାନମଂତ୍ରୀଙ୍କ ନିର୍ଦ୍ଦେଶନୁସାରେ ଏମାନଙ୍କୁ ସମ୍ମାନିତ କରାଯାଇଛି ବୋଲି ବିଜେପି ପକ୍ଷରୁ କୁହାଯାଇଛି । ଏହି ସମ୍ଵର୍ଦ୍ଧିତ ସଭାରେ ନିମାପଡା ବ୍ଲକ ବିଡିଓ , ନିମାପଡା ଅ।ଇଅ।ଇସି, ନିମାପଡା ଏସଡିପିଓଙ୍କ ସମେତ ନିମାପଡା ଅଂଚଳର ସମସ୍ତ କାର୍ୟ୍ୟରତ ସାମ୍ଵାଦିକ ମାନଙ୍କୁ ରାଜ୍ୟ ମହିଳା ମୋର୍ଚ୍ଚାର ସଭ।ନେତ୍ରୀ ପ୍ରଭାତୀ ପରିଡା ଓ ପୂର୍ଵତନ ସାଂସଦ ବିଭୁ ପ୍ରସାଦ ତରାଇଙ୍କ ଉପସ୍ଥିତିରେ ସମ୍ଵର୍ଦ୍ଧିତ କରାଯାଇଥିଲା।

Related posts

ରାସ୍ତାଠୁ ଆରମ୍ଭ କରି ଗାାଁ ସବୁ ଆଡ଼େ ପୋକ , ଭୟରେ ଗ୍ରାମବାସୀ

mahabharatanews

ପୋଲ ଉପରେ ୨ ଫୁଟର ପାଣି

mahabharatanews

ସମ୍ପାଦକୀୟ ମାଧ୍ୟମରେ ପିଏ ସାଙ୍ଗମାଙ୍କୁ ମନେ ପକାଇଲେ ମୁଖ୍ୟମନ୍ତ୍ରୀ

mahabharatanews