Uncategorized

କୃଷ୍ଣକାୟ ମୃତ୍ୟୁ: ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଲେ ବିକ୍ଷୋଭକାରୀ

ୱାଶିଂଟନ୍ : ଆମେରିକାରେ ଜର୍ଜ ଫ୍ଲୋଏଡ, କୃଷ୍ଣକାୟ ବ୍ୟକ୍ତିଙ୍କ ପୋଲିସ ନିର୍ଯାତନାରେ ମୃତ୍ୟୁ ଘଟଣା ଗମ୍ଭୀର ହେବାରେ ଲାଗିଛି । ଏହି ହିଂସା ଥମିବାର ନାମ ନେଉନାହିଁ । ବର୍ତ୍ତମାନ ସୁଦ୍ଧା ଆମେରିକାର ୨୮ ଟି ରାଜ୍ୟରେ ପ୍ରଦର୍ଶନକାରୀ ବିକ୍ଷୋଭ କରୁଛନ୍ତି । କେତେକ ସ୍ଥାନରେ ବିକ୍ଷୋଭ ହିଂସାତ୍ମକ ଏବଂ ବଡ଼ ଧରଣର ଲୁଟପାଟ୍ର ରୂପ ନେଇଛି । ସେହିପରି କେତେକ ସ୍ଥାନରେ ଜାତୀୟ ସମ୍ପତ୍ତି ଏବଂ ସ୍ମାରକୀ ନଷ୍ଟ କରିବା ସହ ଗାଡିରେ ନିଆଁ ଲାଗାଇଦେଇଛନ୍ତି ପ୍ରଦର୍ଶନକାରୀ ।
ଏହି ପ୍ରଦର୍ଶନ ଏବଂ ହିଂସା ଯୋଗୁଁ ନ୍ୟୁୟର୍କ ଏବଂ ୱାଶିଂଟନ୍ ସମେତ ଅନେକ ସହରରେ କର୍ଫ୍ୟୁ ଲାଗୁ କରାଯାଇଛି । ହଜାର ହଜାର ବିକ୍ଷୋଭକାରୀ ବୋଷ୍ଟନ ରାସ୍ତାରେ ନାରାବାଜୀ କରିଛନ୍ତି । ଫଳରେ ଏଠାରେ ଶହ ଶହ ବିକ୍ଷୋଭକାରୀଙ୍କୁ ମଧ୍ୟ ଗିରଫ କରାଯାଇଛି ।
ନ୍ୟୁୟର୍କ, ଫିଲାଡେଲଫିଆ, ଚିକାଗୋ ଏବଂ ୱାଶିଂଟନ୍ ଡିସି ସମେତ ଆମେରିକାର ଅନେକ ସହରରେ ଜର୍ଜ ଫ୍ଲୋଏଡଙ୍କ ମୃତ୍ୟୁକୁ ନେଇ ପ୍ରଦର୍ଶନ ଭିତରେ ବୁଧବାର ଦିନ କେତେକ ଅଜ୍ଞାତ ବ୍ୟକ୍ତି ୱାସିଂଟନ୍ ଡିସିସ୍ଥିତ ଭାରତୀୟ ଦୂତାବାସ ବାହାରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ଭଙ୍ଗାରୁଜା କରିଛନ୍ତି। ଏହି ଘଟଣା ବିଷୟରେ ଜଣାପଡିବା ପରେ ଯୁକ୍ତରାଷ୍ଟ୍ର ଆମେରିକାର ପାର୍କ ପୁଲିସ ଏ ଘଟଣାର ତଦନ୍ତ ଆରମ୍ଭ କରିଛି । ଖୁବ୍ ଶିଘ୍ର ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ କଡା କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ପାର୍କ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି ।

Related posts

ରମଜାନର ଶେଷ ୫ ଦିନ ୨୪ ଘଣ୍ଟିଆ କଫ୍ୟୁ ଜାରିକରିବ ସାଉଦି ଆରବ

mahabharatanews

କର୍ଣ୍ଣାଟକରେ ସିଏଏକୁ ବିରୋଧ: ୧୪୪ ଧାରା ଜାରି

mahabharatanews

ରାଜନେତାଙ୍କୁ ସ୍ଥଳସେନା ମୁଖ୍ୟଙ୍କ କଟାକ୍ଷ

mahabharatanews