ଓଡିଶା

ଆଜିଠାରୁ ପୁରୀରେ କିଛି ହୋଟେଲ୍‌ ଖୋଲିବାକୁ ଅନୁମତି

ପୁରୀ: ଆଜିଠାରୁ ପୁରୀରେ କିଛି ହୋଟେଲ୍‌ ଖୋଲିବାକୁ ଅନୁମତି ମିଳିଛି । ୨୫ଟି ହୋଟେଲ ଖୋଲିବାକୁ ସମ୍ମତି ଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା ବୁକିଂ ସ୍ୱାଭାବିକ ହୋଇନାହିଁ । ତେଣୁ ଜିରୋ ବୁକିଂରେ ଆମେ ହୋଟେଲ ଖୋଲିବାକୁ ଯାଉଛୁ ବୋଲି ପୁରୀ ହୋଟେଲ ମାଲିକ ସଂଘ ପକ୍ଷରୁ କୁହାଯାଇଛି ।
ଲକ୍ଡାଉନ ପରଠାରୁ ଅଢ଼େଇ ମାସ ଧରି ପୁରୀରେ ହୋଟେଲ ସବୁ ବନ୍ଦ ରହିଥିଲା । କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ହୋଟେଲ ଶିଳ୍ପର ପୁନରୁଦ୍ଧାର ପାଇଁ ଦାବି ତଥା ପ୍ରସ୍ତାବ ଦିଆଯାଇଥିଲା । କେବଳ ଶହେ କର୍ମଚାରୀ କାମ କରୁଥିବା ହୋଟେଲର କର୍ମଚାରୀଙ୍କୁ ଭବିଷ୍ୟନିଧି ଜମାର ଶତକଡା ୨୫ ସରକାର ବହନ କରିବାକୁ ସମ୍ମତି ଦେଇଛନ୍ତି । ହୋଟେଲ ସମୂହର ବିଜୁଳି ଖର୍ଚ୍ଚ, ବାର ଲାଇସେନ୍ସ ଫି, ବିନା ସୁଧ କିମ୍ବା କମ୍‌ ସୁଧରେ ବ୍ୟାଙ୍କ ଋଣ, ହୋଟେଲ ଲାଇସେନ୍ସ ଫି ଛାଡ଼ ଆଦି ବ୍ୟତୀତ ଏକକାଳୀନ ଆର୍ଥିକ ସହାୟତା ଘୋଷଣା କରିବାକୁ ରାଜ୍ୟର ହୋଟେଲ ସମୂହ କରିଥିବା ଦାବି ପ୍ରତି ଧ୍ୟାନ ଦିଆଯାଇ ନାହିଁ । ତେବେ କିଛି ଦିନ ମଧ୍ୟରେ ପୁରୀରେ ହୋଟେଲ ଶିଳ୍ପ ସ୍ୱାଭାବିକ ସ୍ଥିତିକୁ ଫେରି ବୋଲି ସଂଘ ଆଶା କରୁଛି ।

Related posts

ଗୋଟିଏ ସ୍ଥାନରେ ବସ୍ତିବାସିନ୍ଦାଙ୍କ ଗହଳି

mahabharatanews

ସାଲେପୁର ସ୍ୱୟଂଶାସିତ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ଉଦଯାପିତ

mahabharatanews

୯୧ଜଣ ଅଧିକାରୀଙ୍କ ଦରମା ବନ୍ଦ ପାଇଁ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ ଚିଠି କରିଛନ୍ତି

mahabharatanews