Uncategorized

ପଶୁଠାରୁ ହୀନ ଦୁର୍ଦ୍ଦଶା ଭୋଗୁଛନ୍ତି କରୋନା ରୋଗୀ: ସୁପ୍ରିମ କୋର୍ଟ

ନୂଆଦିଲ୍ଲୀ: ଶୁକ୍ରବାର ଦିନ ସୁପ୍ରିମ୍‌ କୋର୍ଟ କରୋନା ରୋଗୀଙ୍କ ଚିକିତ୍ସା ଓ ରୋଗୀଙ୍କ ସ୍ଥିତିକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି । ଦେଶର ଡାକ୍ତରଖାନାମାନଙ୍କରେ କରୋନା ରୋଗୀମାନେ ଶୋଚନୀୟ ପରିବେଶ ଏବଂ ପଶୁଠାରୁ ହୀନ ଦୁର୍ଦ୍ଦଶା ଭୋଗୁଛନ୍ତି ବୋଲି ସୁପ୍ରିମ୍ କୋେର୍ଟ କହିଛନ୍ତି। ସୁପ୍ରିମ୍ କୋର୍ଟଙ୍କ ତିନି ଜଣିଆ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ଡାକ୍ତରଖାନାମାନଙ୍କର ପରିସ୍ଥିତି ସଂକ୍ରାନ୍ତରେ ଦିଲ୍ଲୀ, ମହାରାଷ୍ଟ୍ର, ତାମିଲନାଡୁ ଏବଂ ପଶ୍ଚିମବଙ୍ଗ ଆଦି ଚାରିଟି ରାଜ୍ୟରୁ ବିସ୍ତୃତ ଷ୍ଟାଟସ୍ ରିପୋର୍ଟ ମାଗିଛନ୍ତି। ମିଡିଆରୁ କରୋନା ରୋଗୀଙ୍କ ଦୁର୍ଦ୍ଦଶା ସମ୍ପର୍କରେ କୋର୍ଟ ଅବଗତ ହେବା ପରେ ନିଜ ତରଫରୁ ଏହି ପଦକ୍ଷେପ ନେଇଛନ୍ତି ।
ବିଚାରପତି ଅଶୋକ ଭୂଷଣଙ୍କ ନେତୃତ୍ବାଧୀନ ଖଣ୍ଡପୀଠ କହିଛନ୍ତି, କରୋନା ରୋଗୀମାନେ ପଶୁଠାରୁ ହୀନ ବ୍ୟବହାର ପାଉଛନ୍ତି। ଶବକୁ ଆବର୍ଜନା ଗଦାରେ ଫିଙ୍ଗିଦିଆଯାଉଛି । ଡାକ୍ତରଖାନାର ସ୍ଥିତି ଏବଂ କୋଭିଡ୍-୧୯ ନମୁନା ପରୀକ୍ଷଣ ହ୍ରାସ ଯୋଗୁଁ ଖଣ୍ଡପୀଠ ଦିଲ୍ଲୀ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ଖଣ୍ଡପୀଠ ଆହୁରି ମଧ୍ୟ କହିଛନ୍ତି ଯେ, ସରକାରୀ ଡାକ୍ତରଖାନାରେ ବହୁସଂଖ୍ୟକ ଶଯ୍ୟା ଖାଲି ଥିବାବେଳେ ରୋଗୀମାନେ ଭର୍ତ୍ତି ହେବା ପାଇଁ ହଇରାଣ ହେଉଛନ୍ତି।

Related posts

ଚନ୍ଦ୍ରଯାନ-୩ ମିଶନରେ କମ ଖର୍ଚ୍ଚ ହେବ: କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ

mahabharatanews

ଆଜି ରାଜ୍ୟର ୪ ନବନିର୍ବାଚିତ ସାଂସଦ ନେଲେ ଶପଥ 

mahabharatanews

ଉଦ୍ଧାର ପାଇଁ ଭାରତୀୟ ଦୂତାବାସକୁ ଯୋଗାଯୋଗ କରିବାକୁ ନିର୍ଦ୍ଦେଶ

mahabharatanews