ଓଡିଶା

ଓଡ଼ିଶାରେ ୨ ହଜାର କୋଟି ନିବେଶ କରିବ ଆର୍ସେଲର-ମିତ୍ତଲ

ଭୁବନେଶ୍ୱର: ଆର୍ସେଲର-ମିତ୍ତଲ ଷ୍ଟିଲ କମ୍ପାନୀର ଅଧ୍ୟକ୍ଷ ଲକ୍ଷ୍ମୀ ନିବାସ ମିତ୍ତଲ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଇଛାୟୀ । ତେଣୁ ଆଜି ସେ ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଏସମ୍ପର୍କରେ ଆଲୋଚନା କରିଛନ୍ତି । କମ୍ପାନି ଓଡ଼ିଶାରେ ୨ ହଜାର କୋଟି ନିବେଶ କରିବ ବୋଲି ଘୋଷଣା କରିଛି । ଏଥିରେ ପାରାଦୀପରେ ଥିବା ପେଲେଟ ପ୍ଲାଣ୍ଟର କ୍ଷମତା ୬ ନିୟୁତ ଟନରୁ ୧୨ ନିୟୁତ ଟନ ବୃଦ୍ଧି, ବେନିଫିସିଏସନ ପ୍ଲାଣ୍ଟର କ୍ଷମତା ୫ ନିୟୁତ ଟନରୁ ୧୬ ନିୟୁତ ଟନକୁ ବୃଦ୍ଧି କରାଯିବ ।
ଆର୍ସେଲର ମିତ୍ତଲ ଏସାର ଷ୍ଟିଲକୁ ଅଧିଗ୍ରହଣ କରିଛନ୍ତି । ତେଣୁ ଆଜିର ଏହି ଆଲୋଚନା ପରେ ଓଡ଼ିଶାରେ ଥିବା ଏସାରର ଇସ୍ପାତ ପ୍ରକଳ୍ପକୁ କାର୍ୟ୍ୟକାରୀ କରିବାର ସମ୍ଭାବନା ରହିଛି । ଓଡ଼ିଶାର ପାରାଦୀପ ନିକଟରେ ଏକ ଷ୍ଟିଲ ପ୍ଲାଣ୍ଟ କରିବାକୁ ଏସାର ୨୦୦୫ରେ ଏମଓୟୁ କରିଥିଲା । କେନ୍ଦୁଝର ଜିଲ୍ଲାର ଡାବୁନାଠାରେ ଏସାରର ଏକ ଲୁହାପଥର ବେନିଫିସିଏସନ ପ୍ଲାଣ୍ଟ ଓ ପାରାଦୀପଠାରେ ଏକ ପେଲେଟ ପ୍ଲାଣ୍ଟ ରହିଥିଲା । ଅଧିଗ୍ରହଣ ପରେ ଏସବୁ ପ୍ରକଳ୍ପ ଆର୍ସେଲର ମିତ୍ତଲ ହାତକୁ ଆସିଛି । ଗତ ଫେବ୍ରୁଆରି ମାସରେ ଅନୁଷ୍ଠିତ ଖଣି ନିଲାମରେ ଆର୍ସେଲର ମିତ୍ତଲ କେନ୍ଦୁଝର ଜିଲ୍ଲାରେ ଥିବା ଠାକୁରାଣୀ ଓ ସାଗାସାହି ଲୁହାପଥର ଖଣିକୁ ହାତେଇଥିଲା । ଠାକୁରାଣୀ ପରି ଏକ ବଡ଼ ଲୁହାପଥର ଖଣି ହାତକୁ ଆସିବା ପରେ ଆର୍ସେଲର-ମିତ୍ତଲର ଲୁହାପଥର ଆବଶ୍ୟକତା ପୂରଣ ହୋଇପାରିବ ।

Related posts

ରାଜ୍ୟରେ ଆଉ ୨୮୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews

ରାଜ୍ୟରେ ବିସ୍ତୃତି ବର୍ଷାର ସମ୍ଭାବନା,ସତର୍କ ସୂଚନା ଜାରି 

mahabharatanews

OUATର 40ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ରାଷ୍ଟ୍ରପତି

mahabharatanews