ଓଡିଶା

 ଆଦିବାସୀ ଅଧ୍ୟୁଷିତ ଗାଁକୁ ପୋଷ୍ୟଭାବେ ଗ୍ରହଣ କଲେ ଗଜପତି ଏସପି

ଗଜପତି: ଚର୍ଚ୍ଚାରେ ଗଜପତି ଏସପି ସାରା ଶର୍ମା । ସବୁବେଳେ କିଛି ନିଆରା ଚର୍ଚ୍ଚାରେ ଥାଆନ୍ତି ଗଜପତି ଏସପି । ଏବେ ସେ ଏକ ଆଦିବାସୀ ବହୁଳ ଗାଁକୁ ପୋଷ୍ୟଗ୍ରାମ ଭାବେ ଗ୍ରହଣ କରିଛନ୍ତି । ପ୍ରବଳ ବର୍ଷା ସତ୍ତ୍ବେ ପାହାଡିଆ ଦୁର୍ଗମ ଅଞ୍ଚଳରେ ଥିବା ଗୁମା ବ୍ଲକର ସିଣ୍ଡିବୁରୁ ଗାଁକୁ ଯାଇ ସ୍ଥିତି ପରଖିବା ସହ ଲୋକଙ୍କ ସହ ବେଶ୍ କିଛି ସମୟ ଧରି ଆଲୋଚନା କରିଥିଲେ । ଏହାପରେ ଏଠାକାର ଲୋକଙ୍କୁ ସହାୟତା ଆବଶ୍ୟକତା ଥିବା ହୃଦବୋଧ କରି ସେ ଏହି ଗାଁକୁ ପୋଷ୍ୟ ଭାବେ ଗ୍ରହଣ କରିବା ନେଇ ଘୋଷଣା କରିଛନ୍ତି । ସେମାନଙ୍କ ସମସ୍ୟା ଦୂର ପାଇଁ ପ୍ରତିଶୃତି ଦେଇଛନ୍ତି ସେ। ଏହି ଗସ୍ତକୁ ନେଇ ସ୍ଥାନୀୟ ଲୋକେ ବେଶ ଆଶାବାଦୀ ହୋଇଉଠିଛନ୍ତି ।
ଗଜପତି ଜିଲା ଭୂବୁନୀ ପଞ୍ଚାୟତର ସିଣ୍ଡିବୁର ଗାଁ । ପାହାଡି ଇଲାକାରେ ଥିବା ଏହି ଗାଁରେ ୧୯ଟି ଆଦିବାସୀ ପରିବାର ବସବାସ କରୁଥିବା ବେଳେ ଲୋକସଂଖ୍ୟା ୧୨୦ । ଆଜି ଯାଏଁ ଗାଁକୁ ରାସ୍ତା ନାହିଁ । ସେହିପରି ବିଶୁଦ୍ଧ ପୀଚୟ ଜଳ ବି ଏମାନଙ୍କ ପାଇଁ ସତସପନ । ଏହି ଗାଁର ଲୋକେ ସମସ୍ୟା ସଂପର୍କରେ ବିଭିନ୍ନ ସମୟରେ ସ୍ଥାନୀୟ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବ୍ଲକ୍ ପ୍ରଶାସନ ଯାଏଁ ସମସ୍ତଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ଏପରିକି ଦିନଟିଏ ପାଇଁ କେହି ଜଣେ ହେଲେ ଅଧିକାରୀ ଗାଁକୁ ଯାଇନଥିଲେ । ହେଲେ ଆଜି ଜିଲ୍ଲାର ଏସପି ତାଙ୍କ ଗାଁରେ ପହଂଚି ତାଙ୍କ ସହ ବସିବା ସହ ଘରକୁ ଘର ବୁଲି ଲୋକଙ୍କ ସୁଖ ଦୁଃଖ ବୁଝିବା ସେମାନଙ୍କୁ ଆଶ୍ଚର୍ୟ୍ୟ କରିଥିଲା । ତେବେ ଆଜି ଏତେ ଅଧିକାରୀ ଗାଁକୁ ଆସି ତାଙ୍କ ସମସ୍ୟା ବୁଝି ଥିବାରୁ ଅତିଶୀଘ୍ର ସେମାନଙ୍କ ଭାଗ୍ୟ ପରିବର୍ତ୍ତନ ହେବା ନେଇ ଗ୍ରାମବାସୀ ଆଶା ପ୍ରକାଶ କରିଥିବା କହିଛନ୍ତି ।

Related posts

ରାଜ୍ୟରେ ୨୪ ଘଣ୍ଟାରେ ଆଉ ୧୦ ଜଣଙ୍କ ମୃତ୍ୟୁ

mahabharatanews

ବାହୁଡା଼ ପ୍ରସ୍ତୁତି : ଆଜି ସନ୍ଧ୍ୟା ୫ଟାରୁ ସାଧାରଣ ଦର୍ଶନ ବନ୍ଦ

mahabharatanews

ସାମ୍ବାଦିକ ସଙ୍ଘ ଏସୟୁଜେର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

mahabharatanews