ଓଡିଶା

ରାଜ୍ୟରୁ ଆଉ ୧୭୫ ଜଣ ନୂଆ କରୋନା ରୋଗୀ ଚିହ୍ନଟ

ଭୁବନେଶ୍ୱର: ଆଜି ରାଜ୍ୟରେ ୧୭୫ ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୩୩୮ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଆଜିର ନୂତନ ଆକ୍ରାନ୍ତଙ୍କ ମଧ୍ୟରୁ ୧୪୫ଟି ମାମଲା କ୍ଵାରାଣ୍ଟିନ ସେଣ୍ଟରରୁ ଆସିଥିବାବେଳେ ୩୦ଟି ମାମଲା ସ୍ଥାନୀୟ ରହିଛି । ଆଜି ଚିହ୍ନଟ ହୋଇଥିବା ୧୭୫ ଜଣଙ୍କ ମଧ୍ୟରୁ ଗଜପତିରୁ ସର୍ବାଧିକ ୫୭ ଜଣ ଆକ୍ରାନ୍ତ ଥିବାବେଳେ ଖୋର୍ଦ୍ଧାରୁ ୨୫ ଜଣ; ପୁରୀରୁ ୧୮ ଜଣ, ବରଗଡ଼ରୁ ୧୧ ଜଣ,ମୟୁରଭଞ୍ଜରୁ, କନ୍ଧମାଳ, ଜଗତସିଂହପୁରରୁ ୭ ଜଣେ ଲେଖା; ବାଲେଶ୍ୱରରୁ ୬ ଜଣ; ସୁନ୍ଦରଗଡ଼ରୁ ୫ ଜଣ ଲେଖା; ନୂଆପଡାରୁ ୪ ଜଣ; ବଲାଙ୍ଗୀର, କଟକରୁ ୩ ଜଣ; ଓ ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, ଗଞ୍ଜାମରୁ ଜଣେ ରହିଛନ୍ତି ।
ସେହିପରି ଅମ୍ଫାନ ପାଇଁ ପଶ୍ଚିମବଙ୍ଗ ଯାଇଥିବା ୨୧ ଜଣ ଅଗ୍ନିଶମ କର୍ମଚାରୀ ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଥିବାର ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ଜ୍ଝ ଏହି ସଂଖ୍ୟାକୁ ମିଶାଇ ରାଜ୍ୟରେ ସମୁଦାୟ ପଜିଟିଭଙ୍କ ସଂଖ୍ୟା ରେ ପହଂଚିଥିବାବେଳେ ୨୯୭୪ ଜଣ ସୁସ୍ଥ ହୋଇଛନ୍ତି । ଜ୍ଝତୀୟରୁ ଆରମ୍ଭ କରି ଜାତୀୟ ତଥା ରା

Related posts

ନଦୀ ପାର ହେଲେ ପ୍ରସୁତି, ଆଖି ବୁଜିଲା ନବଜାତ

mahabharatanews

୧୬୦, ୧୬୧, ୧୬୨ ଓ ୧୬୩ଙ୍କ ଯାତ୍ରା ଇତିହାସ

mahabharatanews

ଓଡିଶାର ଅଗ୍ନିବୀରଙ୍କୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା

mahabharatanews