ଓଡିଶା

ପ୍ରବାସୀ ଓଡ଼ିଆଙ୍କ ନିଯୁକ୍ତି ପାଇଁ ଶିବିର ଅନୁଷ୍ଠିତ

(ନିର୍ମଳେନ୍ଦୁ ମିଶ୍ର/ନରସିଂହପୁର):କଟକ ନରସିଂପୁର ବ୍ଲକରେ ପ୍ରବାସୀ ଶ୍ରମିକଙ୍କ ନିଯୁକ୍ତି ପାଇଁ ଏକ ଶିବିର ଅନୁଷ୍ଠିତ ହୋଇଛି । ପ୍ରଥମ ଥର ପାଇଁ ଅନୁଷ୍ଠିତ ହେଉଥିବା ଏହି ଶିବିରର ନାମ ‘ଲକ୍ଷ୍ମୀ’ ଶିବିର ରଖାଯାଇଛି । ନିର୍ମାଣ କ୍ଷେତ୍ରରେ ପ୍ରବାସୀ ଓଡ଼ିଆଙ୍କ ନିଯୁକ୍ତି ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହାର ଆୟୋଜନ କରାଯାଇଛି । ଏଥିରେ ନରସିଂପୁରର ୧୫୯ ପ୍ରବାସୀ ଶ୍ରମିକ ଓ ବଡମ୍ବାର ୨୮୧ ଜଣ ଶ୍ରମିକ ଭାଗ ନେଇଥିଲେ । ପ୍ରଥମ ପର୍ଯ୍ୟାୟରେ ନିଯୁକ୍ତି ପ୍ରଦାନ ବେଳେ ଉଭୟ କୁଶଳୀ ଓ ଅଣକୁଶଳୀ ବିଭାଗରେ ପଞ୍ଜିକରଣ କରାଯାଇଛି । ଏଥିରେ ନିର୍ମାଣ ମିସ୍ତ୍ରୀ, ରଙ୍ଗ ମିସ୍ତ୍ରୀ, କାଠ ମିସ୍ତ୍ରୀ, ୱେଲଡର, ପାଇପ୍ ମିସ୍ତ୍ରୀ, ହେଲପର ଆଦି ନିଯୁକ୍ତି ପାଇଁ ଗୃହ ନିର୍ମାଣ କମ୍ପାନୀ ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ ସହ ମତ ବିନିମୟ କରିଥିଲା । ଉପରୋକ୍ତ ଶ୍ରେଣୀରେ ନିଯୁକ୍ତି ପାଇଁ ନରସିଂହପୁରର ୪୯ ଜଣ ଓ ବଡମ୍ବାର ୧୦୨ ଜଣ ପ୍ରବାସୀ ଶ୍ରମିକ ଏହି ଶିବିରରେ ପଞ୍ଜିକରଣ କରିଛନ୍ତି ।

Related posts

ପରିକ୍ରମା ପ୍ରକଳ୍ପ ପାଇଁ ଜମି ଦାନ କରିଥିବା କ୍ଷତିଗ୍ରସ୍ତ ଦୋକାନୀଙ୍କୁ ମିଳିବ ଦୋକାନ

mahabharatanews

କମିଲା ସୁନା ଓ ରୁପା ଦର

mahabharatanews

ମୁଖ୍ୟ ଶାସନ ସଚିବ ଓ ୫-ଟି ସଚିବଙ୍କ ସୁନ୍ଦରଗଡ ଗସ୍ତ

mahabharatanews

Leave a Comment