ଓଡିଶା

ପ୍ରବାସୀ ଓଡ଼ିଆଙ୍କ ନିଯୁକ୍ତି ପାଇଁ ଶିବିର ଅନୁଷ୍ଠିତ

(ନିର୍ମଳେନ୍ଦୁ ମିଶ୍ର/ନରସିଂହପୁର):କଟକ ନରସିଂପୁର ବ୍ଲକରେ ପ୍ରବାସୀ ଶ୍ରମିକଙ୍କ ନିଯୁକ୍ତି ପାଇଁ ଏକ ଶିବିର ଅନୁଷ୍ଠିତ ହୋଇଛି । ପ୍ରଥମ ଥର ପାଇଁ ଅନୁଷ୍ଠିତ ହେଉଥିବା ଏହି ଶିବିରର ନାମ ‘ଲକ୍ଷ୍ମୀ’ ଶିବିର ରଖାଯାଇଛି । ନିର୍ମାଣ କ୍ଷେତ୍ରରେ ପ୍ରବାସୀ ଓଡ଼ିଆଙ୍କ ନିଯୁକ୍ତି ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହାର ଆୟୋଜନ କରାଯାଇଛି । ଏଥିରେ ନରସିଂପୁରର ୧୫୯ ପ୍ରବାସୀ ଶ୍ରମିକ ଓ ବଡମ୍ବାର ୨୮୧ ଜଣ ଶ୍ରମିକ ଭାଗ ନେଇଥିଲେ । ପ୍ରଥମ ପର୍ଯ୍ୟାୟରେ ନିଯୁକ୍ତି ପ୍ରଦାନ ବେଳେ ଉଭୟ କୁଶଳୀ ଓ ଅଣକୁଶଳୀ ବିଭାଗରେ ପଞ୍ଜିକରଣ କରାଯାଇଛି । ଏଥିରେ ନିର୍ମାଣ ମିସ୍ତ୍ରୀ, ରଙ୍ଗ ମିସ୍ତ୍ରୀ, କାଠ ମିସ୍ତ୍ରୀ, ୱେଲଡର, ପାଇପ୍ ମିସ୍ତ୍ରୀ, ହେଲପର ଆଦି ନିଯୁକ୍ତି ପାଇଁ ଗୃହ ନିର୍ମାଣ କମ୍ପାନୀ ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ ସହ ମତ ବିନିମୟ କରିଥିଲା । ଉପରୋକ୍ତ ଶ୍ରେଣୀରେ ନିଯୁକ୍ତି ପାଇଁ ନରସିଂହପୁରର ୪୯ ଜଣ ଓ ବଡମ୍ବାର ୧୦୨ ଜଣ ପ୍ରବାସୀ ଶ୍ରମିକ ଏହି ଶିବିରରେ ପଞ୍ଜିକରଣ କରିଛନ୍ତି ।

Related posts

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ନୂଆବର୍ଷ ଶୁଭେଚ୍ଛା ଜଣାଇବା ପାଇଁ କେହି ନ ଆସିବାକୁ ଅନୁରୋଧ

mahabharatanews

ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ବନ୍ଧା ହେଲେ କୋଟିପତି କିରାଣୀ

mahabharatanews

ଶ୍ରୀମନ୍ଦିର ମୁଖ୍ୟ ପ୍ରସାଶକ IAS କ୍ରିଷନ କୁମାରଙ୍କୁ ନୂଆ ଦାୟିତ୍ୱ

mahabharatanews