ଓଡିଶା

ଆଉ ୧୩୧ କରୋନା ଆକ୍ରାନ୍ତ ସୁସ୍ଥ

(ମହାଭାରତ,ଭୁବନେଶ୍ୱର):ରାଜ୍ୟରେ କରୋନା ପଜିଟିଭଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ସେହି ଅନୁପାତରେ ଆକ୍ରାନ୍ତମାନେ ଆରୋଗ୍ୟ ହେଉଥିବା ଦେଖାଦେଇଛି । ଶୁକ୍ରବାର ରାଜ୍ୟର ୧୪ଟି ଜିଲ୍ଲାରୁ ୧୩୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟୁଇଟ କରିଏହି ସୂଚନା ଦିଆଯାଇଛି। ଗଂଜାମ ଜିଲ୍ଲାରୁ ଆଜି ସର୍ବାଧିକ ୪୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ପୁରୀରୁ ୨୮ ଜଣ, ଖୋର୍ଦ୍ଧାରୁ ୨୧, କନ୍ଧମାଳ ୧୨, ଜଗତ୍ସିଂହପୁର ୭, ନବରଙ୍ଗପୁର ୬, କେନ୍ଦ୍ରାପଡ଼ା ୫,ବାଲେଶ୍ୱର ଓ କଟକ ଜିଲ୍ଲାରୁ ୨ଜଣ ଲେଖାଏଁ, ବଲାଙ୍ଗୀର,ବରଗଡ଼,ଝାରସୁଗୁଡ଼ା,କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ କରୋନା ସଂକ୍ରମିତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି।
ସୂଚନାଯୋଗ୍ୟ,ରାଜ୍ୟରେ ଏ ପର୍ୟ୍ୟନ୍ତ ୨ ଲକ୍ଷ ୪୪ ହଜାର ୫୮୮ ଜଣଙ୍କର ନମୁନା ପରୀକ୍ଷା କରାଯାଇଛି। ଆଜି ପର୍ୟ୍ୟନ୍ତ ମୋଟ ୬୧୮୦ ଜଣ ଲୋକ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୧୭ ଜଣଙ୍କର ମୃତ୍ୟୁ ହୋଇଛି। ଅପରପକ୍ଷେ ୪ ହଜାର ୪୨୨ ଜଣ ସୁସ୍ଥ ହୋଇଛନ୍ତି। ରାଜ୍ୟର ବିଭିନ୍ନ କୋଭିଡ ହସପିଟାଲରେ ୧୭୩୪ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Related posts

ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ

mahabharatanews

ଦୁଷ୍ମନ୍ତଙ୍କ ମୃତ୍ୟୁ ପରେ ଶୁଣିଲେ ସରକାର

mahabharatanews

ସାନିଟାଇଜ ହେଲା ଆଠଗଡ ଅଞ୍ଚଳ

mahabharatanews