ଅପରାଧ

ଭିଜିଲାନ୍ସ ଜାଲରେ ମହିଳା ସରପଞ୍ଚ

ଦଶମନ୍ତପୁର: କୋରାପୁଟ ଜିଲ୍ଲାର ଜଣେ ସରପଞ୍ଚ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ଏହି ସରପଞ୍ଚ ଜଣେ ମହିଳା । ସେ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିଲା ବେଳେ ଭିଜିଲାନ୍ସ ତାଙ୍କୁ କାବୁ କରିଛି ।
କୋରାପୁଟ ସଦର ଥାନା ଅନ୍ତର୍ଗତ ବକ୍ତଗୁଡ଼ାର ଗଙ୍ଗାଧର ଗ୍ରାମ ପୋଖରୀ କାମର ୱାର୍କ ଅର୍ଡର ପାଇଁ ବହୁ ବାର ସରପଞ୍ଚ ରଇଲା ମାଝିଙ୍କ ପାଖକୁ ଧାଇଁଥିଲେ । ସରପଞ୍ଚ ତାଙ୍କ ଜିଦିରେ ନଛୋଡ ବନ୍ଧା, ୨୦ ହଜାର ଟଙ୍କା ଦେଲେ ୱାର୍କ ଅର୍ଡର ମିଳିବ । ଶେଷରେ ଗଙ୍ଗାଧର ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ଭିଜିଲାନ୍ସ ଗଙ୍ଗାଧରଙ୍କୁ ୨୦ ହଜାର ଟଙ୍କା ଦେଇ ରଇଲାଙ୍କ ଦେବାକୁ କହିଥିଲେ । ଆଜି ରଇଲାଙ୍କୁ ଟଙ୍କା ଦେବା ସମୟରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିଲା । ।

Related posts

ବ୍ରାଉନସୁଗାର ଧରି ଯାଉଥିବା ବେଳେ ଧରିଲା ପୋଲିସ, ଦୁଇ ଗିରଫ

mahabharatanews

ସୁନା ଦୋକାନରେ ଲୁଟ

mahabharatanews

ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

mahabharatanews