ଓଡିଶା

କିଶୋର ସେନାପତି ହେଲେ ଝାରସୁଗୁଡା ବିମାନବନ୍ଦରର ନୂତନ ନିର୍ଦ୍ଦେଶକ 

ଝାରସୁଗୁଡା: ଝାରସୁଗୁଡାସ୍ଥିତ ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରର ନୂତନ ପୂର୍ଣ୍ଣକାଳୀନ ନିର୍ଦ୍ଦେଶକ ହୋଇଛନ୍ତି କିଶୋର କୁମାର ସେନାପତି । ଆଜି ସେ ନିର୍ଦ୍ଦେଶକ ଭାବେ ତାଙ୍କ ଦାୟିତ୍ୱ ଗ୍ରହଣ କରିଛନ୍ତି । ପୂର୍ବରୁ ସେ ଭୁବନେଶ୍ୱର ଅନ୍ତର୍ଜାତୀୟ ବିମାନ ବନ୍ଦରର ଏଜିଏମ ଦାୟିତ୍ୱ ତୁଲାଇଥିଲେ । ଗତ ଜାନୁଆରୀ ମାସରେ ଭିଏସଏସ ବିମାନ ବନ୍ଦରର ସୁଧେଶ ଚୌହାନଙ୍କ ଅବସର ପରେ ଏହି ଦାୟିତ୍ୱରେ କମ୍ୟୁନିକେଶନ, ନେଭିଗେସନ ଓ ସର୍ଭିଲିଏନ୍ସର ଡିଜିଏମ ଏମ କରୁଣାକର ଥିଲେ ।
ଶ୍ରୀ ସେନାପତି ଜଣେ ଏକାଉଣ୍ଟାଣ୍ଟ ଭାବେ କାର୍ଯ୍ୟ କରିଥିଲେ । ପରେ ସେ ୨୦୦୧ରେ କୋଲକାତା ବିମାନବନ୍ଦରର କାର୍ଯ୍ୟନିର୍ବାହୀ ସଂଚାଳକ କାର୍ଯ୍ୟ ତୁଲାଇଥିଲେ । ସେ ଗୌହାଟୀ, ଅଗରତାଲା, ବାରଣାସୀ, ଭୁବନେଶ୍ୱର ବିମାନ ବନ୍ଦରରେ ମଧ୍ୟ କାର୍ଯ୍ୟ କରିଛନ୍ତି ।

Related posts

ବାର୍ଡ ଫ୍ଲୁ ପରୀକ୍ଷା ପାଇଁ  ରାଜ୍ୟ ପ୍ରାଣୀ ବିଭାଗର ସାମ୍ପୁଲ ସଂଗ୍ରହ

mahabharatanews

କୋଭିଡ କେୟାର ସେଣ୍ଟର ଉଦଘାଟିତ

mahabharatanews

ମୌସୁମୀ ପାଇଁ ରାଜ୍ୟରେ ଅନୁକୂଳ ପରିବେଶ ରହିଛି

mahabharatanews