ଓଡିଶା

ଡିଜେଲ,ପେଟ୍ରୋଲ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ

(ତାରାକାନ୍ତ ନାୟକ /ସାଲେପୁର): ଦେଶରେ ହୁହୁ ହୋଇ ବଢୁଥିବା ତୈଳ ଦରକୁ କଂଗ୍ରେସ ଦଳ ପକ୍ଷରୁ ବିରୋଧ କରାଯାଇଛି।ସାଲେପୁର କଂଗ୍ରେସ ରବୀନ୍ଦ୍ରନାଥ କରଙ୍କ ନେତୃତ୍ୱରେ ଏକ ରାଲିରେ ଆସି ବ୍ଲକ କାର୍ୟ୍ୟାଳୟରେ ପହଂଚି ବିଡ଼ିଓ ଦେବରାଜ ସେଠୀଙ୍କ ଜରିଆରେ କେନ୍ଦ୍ରଓ ରାଜ୍ୟ ସରକାରଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଥିଲେ।କଂଗ୍ରେସ ନେତା ରବୀନ୍ଦ୍ରନାଥ କର ତାଙ୍କ ଅଭିଭାଷଣରେ କହିଲେ ତୈଳ ଦର ବୃଦ୍ଧି ଯୋଗୁଁ ସାଧାରଣ ଖାଉଟିଙ୍କ ଉପରେ ଏହାର କୁପ୍ରଭାବ ପଡୁଛି।ତୈଳ ଦର ବୃଦ୍ଧି କାରଣରୁ ଅତ୍ୟାବସକୀୟ ସାମଗ୍ରୀର ମୂଲ୍ୟ ବଜାରରେ ହୁହୁ ହୋଇ ବଢୁଥିବା ସହ ଚାଷ କାର୍ୟ୍ୟରେ ନିୟୋଜିତ ଯନ୍ତ୍ରପାତି ଖର୍ଚ୍ଚ ମଧ୍ୟ ବଢିଯାଇଛି।ଯାହାକି ସାଧାରଣ ଖାଉଟିଓ ଚାଷୀଙ୍କୁ ବାଧୁଛି। ଏଣୁ ଯେତେ ଶୀଘ୍ର ତୈଳ ଦର ହ୍ରାସ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିଲେ।ମହାମାରୀ କରୋନାରେ ଦେଶ ଘଡ଼ିସନ୍ଧି ମୁହୂର୍ତ୍ତରେ ଗତି କରୁଛି।ସାଧାରଣ ଲୋକଙ୍କ ଆୟ ପନ୍ଥା ପ୍ରତିମୁହୂର୍ତ ରେ ସଙ୍କୁଚିତ ହେବାରେ ଲାଗିଛି।ତୈଳ ଦର ବୃଦ୍ଧି ଯୋଗୁଁ ସାଧାରଣ ଲୋକଙ୍କ ଉପରେ ବେଡି ଉପରେ କୋରଡା ମାଡ ହେଉଛି। ରବୀନ୍ଦ୍ରନାଥ କରଙ୍କ ସହ ଶିବୁ ବେହେରା ଗୋପୀ ଭୋଇ,ସୁରେନ୍ଦ୍ର ନାଥ ପରିଡା, ପ୍ରତାପ ଭୂୟାଁ,ଅଭିରାମ ସାହୁ,ସୁଶାନ୍ତ ସାହୁ,ହରେକୃଷ୍ଣ ବେହେରା,ଚିତ ରଞ୍ଜନ ରାଉତରାୟ, ରିତା ସ୍ୱାଇଁ,ବୁଟୁ କର,ଅଲେଖ ଚନ୍ଦ୍ର ନାୟକ ପ୍ରମୁଖ ଏହିକାର୍ୟ୍ୟକ୍ରମରେ ଯୋଗ ଦେଇଥିଲେ।

Related posts

୮ଟି ରୁଟରେ ସବୁଦିନ ଗଡିବ ‘ମୋ ବସ’

mahabharatanews

ଜଟଣୀରେ ହୋମି ଭାଭା କର୍କଟ ରୋଗ ଚିକିତ୍ସାଳୟ ଓ ଗବେଷଣା କେନ୍ଦ୍ରର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

mahabharatanews

ଜନତା କର୍ଫ୍ୟୁ: ୩ ହଜାର ୭ଶହ ଟ୍ରେନ ବାତିଲ

mahabharatanews