ଓଡିଶା

ସାମ୍ବାଦିକ ସଂଘ ପକ୍ଷରୁ ଅଙ୍ଗଦାନ ସଚେତନତା

ନିମାପଡ଼ାରେ ଜାତୀୟ ପ୍ରେସ୍ ଦିବସ ପାଳନ ସହ ଅଙ୍ଗଦାନ ସଚେତନତା କାର୍ଯ୍ୟକ୍ରମ ,ନିମାପଡ଼ା ବ୍ଲକ ଦିଘାଳସ୍ଥିତ ମନସାକାନନ ପୀଠ ପରିସରରେ ନିମାପଡ଼ା ସାମ୍ବାଦିକ ସଂଘର ଏକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ନଭେମ୍ବର ୧୬ ତାରିଖରେ ଜାତୀୟ ପ୍ରେସ୍ ଦିବସ ପାଳନ ଅବସରରେ ଅଙ୍ଗଦାନ ଓ ଶରୀରଦାନ ନିମନ୍ତେ ନିଜକୁ ଉତ୍ସର୍ଗ କରିବା ସହ ଏନେଇ ଜନସାଧାରଣଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରିବାକୁ ବୈଠକରେ ସଂକଳ୍ପ ନିଆଯାଇଥିଲା।ଏହି ଅବସରରେ ନିମାପଡ଼ାସ୍ଥିତ ଶ୍ରୀରାମ କଲ୍ୟାଣ ମଣ୍ଡପଠାରେ ଆସନ୍ତା ୧୬ ତାରିଖରେ ଜାତୀୟ ପ୍ରେସ୍ ଦିବସ ସହ ଅଙ୍ଗଦାନ ଓ ଶରୀରଦାନ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିବାକୁ ସ୍ଥିର କରାଯାଇଛି । ଏହି କାର୍ଯ୍ୟକ୍ରମରେ ବହୁ ବରିଷ୍ଠ ବୁଦ୍ଧିଜୀବୀ , ସମାଜସେବୀ ଙ୍କ ସହିତ ଆଲୋଚନାଚକ୍ର ସହ ବହୁ ପ୍ରତିଷ୍ଠିତ ବ୍ୟକ୍ତିତ୍ଵ ଙ୍କୁ ସମ୍ବର୍ଦ୍ଧିତ କରାଯିବା ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହେବାର ବୈଠକରେ ଆଲୋଚନା କରାଯାଇଥିଲା । ପ୍ରତିବର୍ଷ ନଭେମ୍ବର ୧୬ ତାରିଖକୁ ଦେଶରେ ଜାତୀୟ ପ୍ରେସ୍ ଦିବସ ଭାବେ ପାଳନ କରାଯାଏ।

ଏହି ଦିନ ୧୯୬୬ ମସିହାରେ ପ୍ରେସ୍ କାଉନସିଲ୍ ଅଫ୍ ଇଣ୍ଡିଆ କାର୍ଯ୍ୟ ଆରମ୍ଭ କରିଥିଲା । ଗଣମାଧ୍ୟମର ସ୍ୱାଧୀନତା, ନିରପେକ୍ଷତା, ଦାୟିତ୍ୱବୋଧ ଓ ନୈତିକତାର ସୁରକ୍ଷା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ । ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବେ ସାମ୍ବାଦିକତା ସମାଜର ସମସ୍ୟା, ଅନ୍ୟାୟ ଓ ଜନସାଧାରଣଙ୍କ ସ୍ୱରକୁ ଶାସନ ବ୍ୟବସ୍ଥା ନିକଟରେ ପହଞ୍ଚାଇବା ସହ ସମାଜକୁ ସଚେତନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥାଏ । ଅନ୍ୟପକ୍ଷରେ ଅଙ୍ଗଦାନ ଓ ଶରୀରଦାନ ଏକ ମହତ୍ କାର୍ଯ୍ୟ। ଜଣେ ବ୍ୟକ୍ତିଙ୍କ ଅଙ୍ଗଦାନ ଦ୍ୱାରା ଅନେକ ମୃତ୍ୟୁମୁଖୀ ରୋଗୀଙ୍କୁ ନୂତନ ଜୀବନ ମିଳିପାରେ । ସେହିପରି ଶରୀରଦାନ ଡାକ୍ତରୀ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ସହାୟକ ହୋଇଥାଏ । ଏହି ମହତ୍ ଉଦ୍ଦେଶ୍ୟକୁ ନେଇ ନିମାପଡ଼ା ସାମ୍ବାଦିକ ସଂଘ ପକ୍ଷରୁ ଏଭଳି ଏକ ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଛି ।  ଜାତୀୟ ପ୍ରେସ୍ ଦିବସ ପାଳନ ନିମନ୍ତେ ଆୟୋଜିତ ଏହି ପ୍ରସ୍ତୁତି ବୈଠକରେ ସଂଘର ସଭାପତିଙ୍କ ସମେତ ସଂଘର ସମସ୍ତ ସଦସ୍ୟ ଓ ସାମ୍ବାଦିକ ଉପସ୍ଥିତ ରହି କାର୍ଯ୍ୟକ୍ରମର ସଫଳ ଆୟୋଜନ ନେଇ ଆଲୋଚନା କରିଥିଲେ।

Related posts

ପାଟଣା ଆଞ୍ଚଳିକ ମହାବିଦ୍ୟାଳୟ ରେ ୭୪ତମ ଏନସିସି ଦିବସ ପାଳିତ

mahabharatanews

ବନ୍ଧୁଗାଁରେ ନୂତନ ଥାନା ଉଦ୍ଘାଟିତ

mahabharatanews

ମହାପ୍ରଭୁଙ୍କୁ ଦର୍ଶନ କଲେ 5T ସଚିବ ଭି.କେ ପାଣ୍ଡିଆନ

mahabharatanews