ଓଡିଶା

ସରକାରଙ୍କ ଶ୍ରମିକ ବିରୋଧୀ ନୀତି ବିରୁଦ୍ଧରେ ଆଇଏନଟିୟୁସିର ଦେଶ ବ୍ୟାପି ଆନ୍ଦୋଳନ ଡାକରା

(ଅରୁଣ ସାହୁ/ରିପୋଟର୍ସ ଟୁଡେ):ଦେଶରେ କରୋନା ସଂକ୍ରମଣରେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢିଚାଲିଛି । ଏହାର ପ୍ରଭାବରେ ରୋଜଗାର ନପାଇ ୪୦ କୋଟିରୁ ଅଧିକ ଶ୍ରମିକ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି । ଅନ୍ୟପଟେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏକ ମାସ ମଧ୍ୟରେ ପେଟ୍ରୋଲ ଓ ଡିଜେଲ ଦର ୯ ଟଙ୍କାରୁ ଅଧିକ ବୃଦ୍ଧି କରିଛନ୍ତି । ତେବେ ପେଟ୍ରାଲ, ଡିଜେଲ ଦର ବୃଦ୍ଧି ହେବା ଫଳରେ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟରେ ବୃଦ୍ଧି ଘଟିଛି । ରୋଜଗାର ଅଭାବରୁ ପ୍ରବାସୀ ଶ୍ରମିକମାନେ ହାତବାନ୍ଧି ବସିଥିବା ବେଳେ ସେମାନଙ୍କୁ ତୁରନ୍ତ ସହାୟତା ଯୋଗାଇ ଦିଆ ନଗଲେ ଆଗାମୀ ଜୁଲାଇ ୩ ତାରିଖରେ ଦେଶବ୍ୟାପୀ ଆନ୍ଦୋଳନ କରାଯିବ ବୋଲି କେନ୍ଦ୍ରିୟ ଶ୍ରମିକ ସଂଗଠନ (ଆଇଏନଟିୟୁସି) ଚେତାଇ ଦେଇଛି । ବାହାର ରାଜ୍ୟ ଫେରନ୍ତା ଶ୍ରମିକଙ୍କୁ ୬ ମାସ ପର୍ଯ୍ୟନ୍ତ ୧୦ କେଜି ଚାଉଳ ଓ ଆୟକର ପ୍ରଦାନ କରୁନଥିବା ପରିବାରକୁ ୬ ମାସ ଯାଏ ମାସିକ ସାଢେ ୭ ହଜାର ଟଙ୍କା ସହାୟତା ଯୋଗାଇ ଦେବାକୁ ସୁପ୍ରିମକୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିବା ବେଳେ ଏହା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ । ଯାହାର ପ୍ରତିବାଦ ଜଣାଇ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଦେଶବ୍ୟାପୀ ଆନ୍ଦୋଳନ ଡାକରା ଦେଇଛି । ରୋଜଗାର ହରାଇ ମୃତ୍ୟୁବରଣ କରୁଥିବା ପ୍ରବାସୀ ଶ୍ରମିକଙ୍କୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆ ନଗଲେ ସଂଗଠନ ରାସ୍ତାକୁ ଓହ୍ଲାଇବ ବୋଲି ସଂଗଠନର ମୁଖ୍ୟ ରାମଚନ୍ଦ୍ର ଖୁଣ୍ଟିଆ କହିଛନ୍ତି ।

Related posts

ରାଜ୍ୟରେ ୧୦୯୯ ଖାଲି ଏଏନଏମ ପଦବୀ ପୂରଣ କରାଯିବ: ନବ ଦାସ

mahabharatanews

ଗୋପାଳ ସମୁଦ୍ରରେ ଅଘଟଣ , ମାଛ ମାରିବାକୁ ଯାଇଥିବା ବେଳେ ଟଙ୍ଗା ଓଲଟି ଜଣେ ମୃତ , ଅଳ୍ପକେ ବତ୍ତିଲେ ୨

mahabharatanews

ଶ୍ରେଣୀ ଗୃହରୁ ଆଠ ଫୁଟ ଲମ୍ବା ଅଜଗର ଉଦ୍ଧାର

mahabharatanews