(ସତ୍ୟନାରାୟଣ ପାଲ / ରାଇରଙ୍ଗପୁର): ମୟୂରଭଞ୍ଜ ଜିଲ୍ଲାର ସିମାନ୍ତ ତିରିଂ ଥାନା ଅନ୍ତର୍ଗତ ବଡଭୁଣ୍ଢୁ ଗ୍ରାମ୍ୟ ପୋଖରୀରେ ଶୌଚ ହେବାକୁ ଯାଇ ପାଣିରେ ବୁଡି ଯୁବକ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।
ସୂଚନାଯୋଗ୍ୟ ଯେ ବଡଭୁଣ୍ଡୁ ଗ୍ରାମର ଦୁଖିଆ ମୁର୍ମୁ ସକାଳେ ଶୌଚ ହେବାକୁ ଗାଁ ପୋଖରୀକୁ ଯାଇଥିଲେ । ବିଳମ୍ବ ହେବାରୁ ଦୁଖିଆ ଘରକୁ ନ ଫେରିବାରୁ ଘର ଲୋକେ ଖୋଜାଖୋଜି କରିଥିଲେ ।ଘର ଲୋକଙ୍କ ସହ ସେହି ଗ୍ରାମର ମୟୂରଭଂଜ ସଦର ବିଜେଡି ଜିଲ୍ଲା ସଭାପତି କାଶୀନାଥ ହେମ୍ବ୍ରମ ପୋଖରୀ ତୋଠରେ ଦୁଖିଆର ଲୁଗାପଟା ଦେଖିଥିଲେ ।ପରେ ଦୁଖିଆ ପାଣିରେ ଭାଷୁଥିବା ଦେଖି କାଶୀନାଥ ବାବୁଙ୍କ ସମେତ ୨/୩ ଜଣ ପୋଖରୀରେ ପଶି ଦୁଖିଆକୁ ପୋଖରୀ ଆଖିକୁ ଆଣିଥିଲେ । କିନ୍ତୁ ସେତେବେଳକୁ ସବୁ କିଛି ସରି ଯାଇଛି । କାଶୀନାଥ ବାବୁ ମୃତକଙ୍କୁ ରାଇରଙ୍ଗପୁର ଚିକିତ୍ସାଳୟକୁ ପଠାଇବା ବ୍ୟବସ୍ଥା କରାଇଥିଲେ । ପୋଲିସ ଅପମୃତ୍ୟୁ ମାମଲା ୧୪/୨୦ ରୁଜୁ କରିଥିଲେ ।ପରେ ପଞ୍ଚନାମା କରାଇ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଥିଲେ । ମୃତକଙ୍କ ର ୩ଟି ଝିଅ ଓ ୨ପୁଅ ଅଛନ୍ତି ।ସେ ଗରୀବ ଶ୍ରେଣୀର । ତାଙ୍କୁ ପ୍ରଶାସନିକ ଗାଇଡ ଲାଇନ ଅନୁସାରେ ଶିଘ୍ର କିଭଳି ଓଡ଼ିଶା ସରକାରଙ୍କ ବିପର୍ୟ୍ୟୟ ପାଣ୍ଠିରୁ ୪ଲକ୍ଷ ଟଙ୍କାର ସହାୟତା ରାଶି ମିଳି ପାରିବ ସେ ବିଷୟରେ ସେ ବିଷୟରେ ବିଜେଡି ଜିଲ୍ଲା ସଭାପତି କାଶୀନାଥ ହେମ୍ବ୍ରମ ତିରିଂ ବିଡ଼ିଓ ଓ ତହସିଲଦାରଙ୍କୁ ଅବଗତ କରାଇଥିଲେ ।ଦୁଃଖିତ ଜଣେ ପରୋପକାରୀ ଓ ମେଳାପି ବ୍ୟକ୍ତି ଥିଲେ । ତାଙ୍କ ମୃତ୍ୟୁରେ ଗାଁରେ ଶୋକରେ ଛାୟା ଖେଳିଯାଇଛି ।
previous post
