ଓଡିଶା

ବିଧାୟକଙ୍କ ଦ୍ଵାରା ହୋମିଓପ୍ୟାଥି ଚିକିତ୍ସା ଶିବିର ଉଦଘାଟିତ

(ତାରାକାନ୍ତ ନାୟକ / ସାଲେପୁର): କଟକ ଜିଲ୍ଲା ସାଲେପୁରର ପାଟପୁର ରାଧାକାନ୍ତ ଜୀଉ ମନ୍ଦିର ପରିସରରେ ଆଦର୍ଶ ଜନସେବା ଟ୍ରଷ୍ଟ ଆନୁକୂଲ୍ୟରେ ଏକ ଦାତବ୍ୟ ହୋମିଓ ପ୍ୟାଥି ଚିକିତ୍ସା ଶିବିର ଉଦଘାଟିତ ହୋଯାଇଛି।ସାଲେପୁର ବିଧାୟକ ପ୍ରଶାନ୍ତ କୁମାର ବେହେରା ଏହି ଶିବିରରେ ଯୋଗ ଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।ଜନ ସାଧାରଣ କରୋନା ଭୁତାଣୁ ସଂକ୍ରମଣ ନ ହେବା ପାଇଁ ଶରୀରରେ ରୋଗ ପ୍ରତିରୋଧକ
ଶକ୍ତି ବଢାଇବା ପାଇଁ ହୋମିଓପ୍ୟାଥି ପ୍ରତିଷେଧକ ଔଷଧ ବଣ୍ଟନ କରିଥିଲେ। ଅନ୍ୟପଟେ ବିଧାୟକ ସାମାଜିକ ଦୂରତା ରଖିବା,ମାସ୍କ ପିନ୍ଧିବା ଉପରେ ଗୁରୁତ୍ୱ ଦେବାସହ ସାଧାରଣ ଲୋକ ମାନେ କିଭଳି କରୋନା ମହାମାରୀ ଆକ୍ରାନ୍ତରୁ ନିଜକୁ ରକ୍ଷା କରିପାରିବେ ସେଥିଲାଗି ସଚେତନତା ବାର୍ତ୍ତା ଦେଇଥିଲେ। ଅନୁଷ୍ଠାନ ପକ୍ଷରୁ ମଧ୍ୟ ଲୋକମାନଙ୍କୁ ସଚେତନତା କରାଯାଇଥିଲା।

Related posts

ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ କୃଷ୍ଣ ବଳରାମ ବେଶ

mahabharatanews

ଭୁବନେଶ୍ୱରରୁ ଗୋମାଂସ ପ୍ୟାକେଟ୍ ଜବତ   

mahabharatanews

ଗନ୍ଧମାର୍ଦ୍ଦନ ସୁରକ୍ଷା ଏକ୍ସନ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ

mahabharatanews