ଓଡିଶା

ବୁଢା ଡ଼ଙ୍ଗର ଲୋକ ମହୋତ୍ସବ ୨୦୨୫ କେସିଙ୍ଗା ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଉଦଯାପିତ

କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ(ଏନଏ ସି) ଓଡିଶା ତଥା କଳାହାଣ୍ଡି ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ କେସିଙ୍ଗା ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ ଦ୍ୱାରା ଆୟୋଜିତ କଳା ଓ ଲୋକକଳା ର ଐତିହ୍ୟ ବୁଢା ଡ଼ଙ୍ଗର ଲୋକ ମହୋତ୍ସବ ୨୦୨୫ କେସିଙ୍ଗା ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଉଦଯାପିତ ହୋଇଯାଇଛି। ଦୁଇ ଦିନ ଧରି ଚାଲିଥିବା ଏହି ବୁଢା ଡ଼ଙ୍ଗର ଲୋକ ମହୋତ୍ସବ ର ଉଦଘାଟନୀ ଦିବସ ପୂର୍ବାହ୍ନ ରେ ଏକ ବିଶାଳ ଶୋଭାଯାତ୍ରା କେସିଙ୍ଗା ବୁଢା ଡ଼ଙ୍ଗର ମନ୍ଦିର ଠାରୁ ବାହାରି ମଞ୍ଚ ସ୍ଥଳକୁ ପହଁଞ୍ଚି ଥିଲେ ସ୍ଥାନୀୟ ତହସିଲଦାର ପ୍ରଶାନ୍ତି ପ୍ରଧାନ। ମଞ୍ଚ ଉଦଘାଟନ ପରେ ଲୋକ ମହୋତ୍ସବ ଶୁଭାରମ୍ଭ ହୋଇଥିଲା।

କବିତା ପାଠୋତ୍ସବ, ସ୍ୱୟଂ ସହାୟିକା ଗୋଷ୍ଠୀ ମହିଳା ଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ସହ ଅପରାହ୍ନ ରେ ସମ୍ବଲପୁରୀ ବିଚିତ୍ରା ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକ ଙ୍କୁ ବହୁ ଆକର୍ଷିତ କରିଥିଲା। ଉଦଘାଟନୀ ଦିବସ ର ସାଂସ୍କୃତିକ ସନ୍ଧ୍ୟା ରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପଟଯୋଶୀ ଯୋଗଦେଇଥିବା ବେଳେ ସ୍ୱତନ୍ତ୍ର ଅତିଥି ଭାବେ କେସିଙ୍ଗା ଥାନ sdpo ସନ୍ଦୀପ ମାଝୀ  ଓ ସମ୍ମାନିତ ଅତିଥି ଭାବେ ଜିଲ୍ଲା ସଂସ୍କୃତି ଅଧିକାରୀ  ବି ଜେ ପି ସଭାପତି ଯୁଗଳ କିଶୋର ପୋଢ଼ ଓ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଏନ ଏ ସି କେସିଙ୍ଗା ନୃପରାଜ ଯାଦବ ଯୋଗ ଦେଇଥିଲେ। ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ ଦୀର୍ଘ ୩୦ ବର୍ଷ ହେଲା ସମସ୍ତ ଙ୍କ ସହଯୋଗ ରେ ଅନେକ ସୋପାନ ଅତିକ୍ରମ କରି ଅନେକ କୃତିତ୍ୱ ହାସଲ କରିଛି ।

ତେଣୁ ସମସ୍ତ ଙ୍କ ସହଯୋଗ ପାଇଁ ସେ ଧନ୍ୟବାଦ ଦେଇଥଲେ। ଆଜିର ଡିଜିଟାଲ ଯୁଗରେ ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ ଲୋକ କଳା ଓ ଲୋକ ମହୋତ୍ସବ କୁ ଜୀବିତ ରଖିଛି । ତେଣୁ ତାଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଆହୁରି ଶହେ ବର୍ଷ ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ ଲୋକ କଳାକୁ ଦିଗଦର୍ଶନ ଦେବେ ବୋଲି ମୁଖ୍ୟ ଅତିଥି ଶ୍ରୀ ମାନସ ରଞ୍ଜନ ପାଟଯୋଶୀ  ପ୍ରଶଂସା କରିଥିଲେ। ଲୋକ ମହୋତ୍ସବ ର ମୁଖ୍ୟ ଆକର୍ଷଣ ଢୋଲ, ନିସାନ ସମ୍ବଲପୁରୀ ନୃତ୍ୟ ଓ ବିଭିନ୍ନ ଲୋକ ନୃତ୍ୟ ରେ ଝୁମିଲେ ଦର୍ଶକ। ଏହି କାର୍ଯ୍ୟକ୍ରମ ରେ ଜ୍ଞାନେନ୍ଦ୍ର ଭୋଇ ଓ ଦୀପ୍ତି ମଞ୍ଚ ପରିଚାଳନା କରିଥିବା ବେଳେ ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ ର ସମ୍ପାଦକ ଅକ୍ଷୟ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

Related posts

ଆଜି ତିହିଡିରେ ୮ ଘଣ୍ଟା ବନ୍ଦ ପାଳନ 

mahabharatanews

ହାଉସ୍‌ ସର୍ଜନଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ, ରୋଗୀ ସେବା ଠପ୍

mahabharatanews

ଘୁଞ୍ଚିଲା ମାହାଙ୍ଗା ଡବଲ ମର୍ଡର ଶୁଣାଣି

mahabharatanews