ଓଡିଶା

୧୩ ଜଣ ସଂକ୍ରମିତ ରାଜଧାନୀରୁ ଚିହ୍ନଟ

ଭୁବନେଶ୍ବର: ଭୁବନେଶ୍ବରରୁ ପୁଣି ୧୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ହୋମ କ୍ୱାରେଣ୍ଟାଇନରୁ ୮ ଜଣ ଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୫ ଜଣ ଚିହ୍ନଟ ହୋଇଛନ୍ତି। ଖଣ୍ଡଗିରି ଶରଧାପାଲି ବସ୍ତିରୁ ୨୧ ବର୍ଷର ଜଣେ ଯୁବତୀ ପଜିଟିଭ ଚିହ୍ନଟ ହୋଇଥିବାବେଳେ ଭୀମଟାଙ୍ଗିର ଜଣେ ଯୁବକ, ସାଲିଆ ସାହିର ଜଣେ ରେଲୱେ ଷ୍ଟାଫ୍, ନୀଳାଦ୍ରିବିହାରର ୫୭ ବର୍ଷୀୟ ବ୍ୟକ୍ତି, ନୀଳଚକ୍ର ନଗରର ଜଣେ ଯୁବତୀ, ଟଙ୍କପାଣି ରୋଡ ଅଞ୍ଚଳରୁ ୫ ଜଣ ହୋମ କ୍ବାରେଣ୍ଟାଇନରୁ, ନୂଆଗାଁ ଅଞ୍ଚଳରୁ ୨, ୟୁନିଟ-୧ ଅଞ୍ଚଳରୁ ଜଣେ ହୋମ କ୍ବାରେଣ୍ଟାଇନରୁ ଚିହ୍ନଟ ହୋଇଛନ୍ତି। ତେବେ ଆଜି ଭୁବନେଶ୍ବର ସହରରୁ ୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସୂଚନା ମିଳିଛି। ଏନେଇ ଭୁବନେଶ୍ବର ମହାନଗର ନିଗମ(ବିଏମସି) ପକ୍ଷରୁ ସୂଚନା ଦିଆଯାଇଛି।

Related posts

“ମୋ ସ୍ୱାମୀଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର ଚାଲିଛି”: ସୁନୀତା କେଜ୍ରିୱାଲ

mahabharatanews

 ସ୍ୱଚ୍ଛ ସର୍ବେକ୍ଷଣ- ୨୦୨୩ ଓ ଇଣ୍ଡିଆନ ସ୍ୱଚ୍ଛତା ଲିଗ୍ ସମ୍ବଦ୍ଧୀୟ ଏକ କର୍ମଶାଳା ଅନୁଷ୍ଠିତ

mahabharatanews

ମାଲକାନଗିରି ବିଧାୟକ ଆଦିତ୍ୟ ମାଡ଼ିଙ୍କୁ କରୋନା

mahabharatanews