ଓଡିଶା

ବିଜୟଚନ୍ଦ୍ରପୁର ଯୁବକ ସଂଘର ଶିଳାନ୍ୟାସ

(ମହାଭାରତ/କୁଜଙ୍ଗ): ପାରାଦ୍ୱୀପ ବିଧାୟକ ସମ୍ବିତ ରାଉତରାୟ ବୁଧବାର ନିକଟସ୍ଥ ବିଜୟଚନ୍ଦ୍ରପୁର ଯୁବକ ସଂଘର ଶିଳାନ୍ୟାସ କରିଛନ୍ତି । ଦୀର୍ଘ ୮ ବର୍ଷ ଧରି ଏହି ସଂଘ କାର୍ଯ୍ୟକ୍ଷମ ଥିବା ବେଳେ ଏହାର ସ୍ୱତନ୍ତ୍ର ଗୃହ ନଥିଲା । ସଂଘ ଗୃହର ଶିଳାନ୍ୟାସ ହେବା ଫଳରେ ଆଗାମୀ ଦିନରେ ବିଜୟଚନ୍ଦ୍ରପୁର ଅଞ୍ଚଳରେ ବିଭିନ୍ନ ଜନ ହିତକର କାର୍ଯ୍ୟ କରାଯିବ ବୋଲି ମୁଖ୍ୟ ଉପଦେଷ୍ଟା ଭଗବାନ ପରିଡା କହିଛନ୍ତି । ତାରିଣୀଗଡା ସ୍ଥିତ ଗିରିଧାରୀ ଛକ ଠାରେ ସ୍ଥାନୀୟ ବାସିନ୍ଦାମାନଙ୍କ ସହଯୋଗରେ ଏହି ଶିଳାନ୍ୟାସ ହୋଇଥିଲା । ଏହି ଅବସରରେ ଏକ ସଭାର ଆୟୋଜନ ମଧ୍ୟ ହୋଇଥିଲା । ମୁଖ୍ୟ ଅତିଥି ଭାବେ ପାରାଦ୍ୱୀପ ବିଧାୟକ ଓ ସମ୍ମାନିତ ଅତିଥି ଭାବେ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସବିତା ମହାପାତ୍ର ଏଥିରେ ଯୋଗ ଦେଇଥିଲେ । ଏମାନଙ୍କ ବ୍ୟତୀତ ଗିରିଧାରୀ ନାୟକ, ୟୁଥ ଫେଡେରେସନର ମୁଖ୍ୟ ଉପଦେଷ୍ଟା ଭଗବାନ ପରିଡା, ସଭାପତି ସଞ୍ଜୟ ପାଣି, ସମ୍ପାଦକ ବିକାଶ ସାହୁ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।

Related posts

 ଦୁର୍ଘଟଣାସ୍ଥଳରେ ପହଞ୍ଚିଲେ ରାଜସ୍ୱ ମନ୍ତ୍ରୀ

mahabharatanews

ବିଦ୍ୟୁତ୍ ଆଘାତରେ ବାପ ପୁଅ ମୃତ

mahabharatanews

ବସ୍ ଧର୍ମଘଟ ପ୍ରତ୍ୟାହାର

mahabharatanews