ଅପରାଧ

କଚ୍ଚ ଉପକୂଳରୁ ୩୬ ଲକ୍ଷ ଟଙ୍କାର ଚରସ ଜବତ

ଅହମଦାବାଦ: ଗୁଜୁରାଟର କଚ୍ଚ ଉପକୂଳରୁ ଆଜି ତଟରକ୍ଷୀ ବାହିନୀ ପକ୍ଷରୁ ୩୬ ଲକ୍ଷ ଟଙ୍କା ମୂଲ୍ୟର ୨୪ ପକେଟ ଚରସ ଜବତ କରାଯାଇଛି । ଶୁକ୍ରବାର ଦିନ ତଟରକ୍ଷୀ ବାହିନୀ ପକ୍ଷରୁ ପାଟ୍ରୋଲିଂ ଚାଲିଥିôା ବେଳେ କଚ୍ଚ ଉପକୂଳର ଜଖାଉ ବନ୍ଦର ନିକଟବର୍ତ୍ତୀ ରେ କନ୍ଦିଆରୀ ବିଟ ଦ୍ୱୀପରୁ ୨୪ ପ୍ୟାକେଟ ଚରସ ଜବତ କରାଯାଇଥିବା ନେଇ ସେନା ପକ୍ଷରୁ ଏକ ପ୍ରେସ ବିବୃତ୍ତିରେ ସୂଚନା ଦିଆଯାଇଛି ।
ମେ ୨୦ ତାରିଖଠାରୁ ତଟରକ୍ଷୀ ବାହିନୀ ଅନ୍ୟ ସୁରକ୍ଷା ଏଜେନ୍ସି ସହ ମିଶି ପ୍ରାୟ ୧୨ଶହ ପକେଟ ଚରସ ଜବତ କରିଛି, ଯାହାର ଆନୁମାନିକ ମୂଲ୍ୟ ୧.୩୨ କୋଟିରୁ ଅଧିକ ହେବ ।

Related posts

୩ଲକ୍ଷ ଟଙ୍କା ସହ ୩ ଯନ୍ତ୍ରୀ ଅଟକ

mahabharatanews

ଭିଜିଲାନ୍ସ ଜାଲରେ ବାଲିଅନ୍ତା ଆରଆଇ ଦେବଦତ୍ତ ବିଶ୍ୱାଳ

mahabharatanews

ରାଜ୍ୟବ୍ୟାପୀ ପୋଲିସ ପକ୍ଷରୁ ଜାରି ରହିଛି ‘ଅପରେସନ ସାଇବର କବଚ’

mahabharatanews